ଦୁଇ ଦିନର ଲଗାଣ ବର୍ଷା ପରେ ମାଲକାନଗିରିରେ ସ୍ଥିତିରେ ସାମାନ୍ୟ ସୁଧାର Pradesh Pratyush

ମାଲକାନଗିରି  : ଲଗାଣ ବର୍ଷାରେ ବେହାଲ ହୋଇଯାଇଥିବା ମାଲକାନଗିରି ଜିଲ୍ଲାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଗତ ଦୁଇଦିନ ଧରି  ଜିଲ୍ଲାର ଶତାଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବାବେଳେ ଗତକାଲି ଠାରୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି।

ସେପଟେ ଲଗାଣ ବର୍ଷାରେ ଦୁଇଜଣ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।  ପଡିଆ ବ୍ଳକରେ ମାଟି କାନ୍ଥ ପଡି ଜଣେ ଭୀମା କାବାସି ନାମକ ମହିଳା ପ୍ରାଣ ହରାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ,ମହିଳା ଜଣକ ଘରେ ଥିବାବେଳେ ହଠାତ କାନ୍ଥ ପଡିଯିବାରୁ ସେ ପ୍ରାଣ ହରାଇଥିଲେ। ସେହିପରି ପାତଗାନପାଲୀର ଜଣେ ଯୁବକ ଜମିରେ ଚାଷ କରୁଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା।  ତେବେ ବନ୍ୟା ଜଳ ଉକ୍ତ ଅଂଚଳକୁ ଘେରି ରହିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇପାରିନଥିଲା। ଫଳରେ ସେ ପ୍ରାଣ ହରାଇଥିଲେ।

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିଲା।  ପୋଟେରୁ, କାଙ୍କୋରକୋଣ୍ଡା ଓ କୋରକୁଣ୍ଡା ଭଳି ୫-୬ଟି ସ୍ଥାନରେ ପୋଲ ଉପରେ ପ୍ରଖର ସୁଅ ଚାଲିଥିବାରୁ କାଲିମେଳାରୁ ମାଲକାନଗିରି, ପଡ଼ିଆ ଓ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଶତାଧିକ ଗାଁ ପ୍ରଭାବିତ ହୋଇଥିଲା। ତେବେ କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ଆହୁରି ୨୪ ଘଣ୍ଟା ଯାଏଁ ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।



from OTV Khabar. https://ift.tt/2Yz6mN7
ଦୁଇ ଦିନର ଲଗାଣ ବର୍ଷା ପରେ ମାଲକାନଗିରିରେ ସ୍ଥିତିରେ ସାମାନ୍ୟ ସୁଧାର Pradesh Pratyush ଦୁଇ ଦିନର ଲଗାଣ ବର୍ଷା ପରେ ମାଲକାନଗିରିରେ ସ୍ଥିତିରେ ସାମାନ୍ୟ ସୁଧାର Pradesh Pratyush Reviewed by SUBHENDU BARAL on July 29, 2019 Rating: 5

No comments:

Powered by Blogger.