ଗୁଜରାଟ : ଟିକ୍ଟିକ୍ ଭିଡିଓ କରିବା ନିଶା ସମସ୍ତଙ୍କୁ ଘାରିଛି । ଲୋକେ ନିଜର ଅଫିସ୍ ସମୟ ଭିତରେ କାର୍ଯ୍ୟକ୍ଷେତ୍ରରେ ଥାଇ ବି ଟିକ୍ଟକ୍ରେ ମାତୁଛନ୍ତି। କିଛିଦିନ ତଳେ କିଛି ଡାକ୍ତରଖାନା ନର୍ସମାନଙ୍କ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା। ଏଥିନେଇ ସଂପୃକ୍ତ କର୍ତ୍ତୃପକ୍ଷ ସାମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇଥିଲେ।
ଏବେ ଏମିତି ଏକ ଖବର ଆସିଛି । ଥାନାରେ ପୁଲିସ କନଷ୍ଟେବଳଙ୍କ ଟିକ୍ଟକ୍ ଭିଡିଓ ଭାଇରାଲ ହେଉଛି। ପୁଣି ଡ୍ୟୁଟି ଆୱାର ଭିତରେ, ବିନା ବର୍ଦ୍ଦିରେ। ସୂଚନା ମୁତାବକ ଗୁଜରାଟ ମହେସାଣା ଜିଲ୍ଲାର ଲାଘନଜ ଥାନାର ପୁଲିସ କନେଷ୍ଟବଳ ଅପୂର୍ବା ଚୌଧୁରୀଙ୍କ କିଛି ଟିକ୍ଟକ୍ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓ ଗୁଡିକ ସାମ୍ନାକୁ ଆସିବା ପରେ ମହେସାଣା ଏସ୍. ଏସ୍.ପି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ସମ୍ପୃକ୍ତ ମହିଳା କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି।
from OTV Khabar. https://ift.tt/2SLWpa1
ଥାନାରେ ମହିଳା ପୁଲିସ କନଷ୍ଟେବଳଙ୍କ ଟିକ୍ଟକ୍ ଭିଡିଓ ଭାଇରାଲ Pradesh Pratyush
Reviewed by SUBHENDU BARAL
on
July 24, 2019
Rating:
No comments: