ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଦେଖା ଦେଇଥିବା ଅସ୍ଥିରତା ଶେଷ ରେଜଲ୍ଟ କଣ ହେବା ତାହା ଆଜି ସ୍ପଷ୍ଟ ହୋଇପାରେ। କାରଣ ଆଜି ଗୃହରେ ଆସ୍ଥା ଭୋଟ ହେବ ବୋଲି ସୂଚନା ରହିଛି। ଆସ୍ଥା ଭୋଟ ଆଜି କରାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୁଇ ସ୍ୱାଧୀନ ବିଧାୟକ ଏଚ୍ ଲାଗେଶ ଓ ଆର୍. ଶଙ୍କର। ଅନ୍ୟପଟେ ବିଦ୍ରୋହୀଙ୍କୁ ମନାଇବାରେ କଂଗ୍ରେସ-ଜେଡିଏସ୍ ମେଣ୍ଟର ସବୁ କୌଶଳ ଫେଲ୍ ମାରିଛି। କୁମାରସ୍ୱାମୀ ସରକାରଙ୍କୁ ଉଚିତ ଶିକ୍ଷା ଦେବା ଏକମାତ୍ର ଲକ୍ଷ୍ୟ ବୋଲି ବିଦ୍ରୋହୀ ବିଧାୟକ କହିଛନ୍ତି।
ମେଣ୍ଟ ସପକ୍ଷରେ ଭୋଟ ଦେବାକୁ ଏକମାତ୍ର ବିଏସ୍ପି ବିଧାୟକଙ୍କୁ ମାୟାବତୀ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ତଥାପି ବର୍ତ୍ତମାନ ସ୍ଥିତିରେ କର୍ଣ୍ଣାଟକ ସଂଖ୍ୟା ଗଣିତ ଦେଖିଲେ କୁମାରସ୍ୱାମୀ ସରକାର ତିଷ୍ଠିବା ଭଳି ମନେ ହେଉନାହିଁ। ଅନ୍ୟପଟେ ଫ୍ଲୋର ଟେଷ୍ଟ ପୂର୍ବରୁ ରଣନୀତି କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।
from OTV Khabar. https://ift.tt/2Go2ILN
କର୍ଣ୍ଣାଟକ ନାଟକର ହେବ କି ଅନ୍ତ ? OTV KHABAR BUREAU
Reviewed by SUBHENDU BARAL
on
July 21, 2019
Rating:
No comments: