ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଶୈବ ପୀଠରେ ଭକ୍ତଙ୍କ ଭିଡ଼ OTV KHABAR BUREAU

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ କାଉଡ଼ିଆମାନେ ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି।

କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ବାବାଙ୍କ ମନ୍ଦିରରେ ଶ୍ରାବଣର ପ୍ରଥମ ସୋମବାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋର ୩ଟାରୁ ମନ୍ଦିର ଫିଟାଯିବା ପରେ ଦର୍ଶନ ଓ ଜଳଲାଗି ଆରମ୍ଭ ହୋଇଛି। ଝୁଲା ପୋଲଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି।

ସେହିପରି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ପ୍ରସ୍ତୁତି କରିଛି ପ୍ରଶାସନ। ଭୋର ୩ଟାରୁ ମନ୍ଦିର ଖୋଲାଯିବା ପରେ ପୂଜାର୍ଚ୍ଚନା ଓ ଜଳଲାଗି ପାଇଁ ଭୋର ୪ଟାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ବ୍ୟାରିକେଡ କରାଯିବା ସହ ୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ଜଳାଭିଷେକ ପାଇଁ ପୁରୀ ଲୋକନାଥଙ୍କ ପୀଠରେ ମଧ୍ୟ କାଉଡ଼ିଙ୍କ ଭିଡ଼ ଦେଖିବାକୁ ମିଳିଛି। ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ଓ ଶ୍ରୀଲୋକନାଥ ଦେବ ଟ୍ରଷ୍ଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ଧାମରେ ଭୋରରୁ ମନ୍ଦିର ଖୋଲାଯିବା ପରେ କାଉଡ଼ିଆ ମାନେ ମହାଦେବଙ୍କୁ ଜଳଲାଗି କରିଛନ୍ତି।



from OTV Khabar. https://ift.tt/2O9TLw0
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଶୈବ ପୀଠରେ ଭକ୍ତଙ୍କ ଭିଡ଼ OTV KHABAR BUREAU ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଶୈବ ପୀଠରେ ଭକ୍ତଙ୍କ ଭିଡ଼ OTV KHABAR BUREAU Reviewed by SUBHENDU BARAL on July 21, 2019 Rating: 5

No comments:

Powered by Blogger.