ଅନୁଗୁଳ(ବିରଜା ପ୍ରସାଦ ଦାସ): ଓଡ଼ିଶା ଜୁଡ଼ିସିଆଲ୍ ସର୍ଭିସ୍ (ଓଜେଏସ୍) ପରୀକ୍ଷାରେ ଟପ୍ପର ହୋଇଥିବା ଅନୁଗୁଳ ଝିଅ ଇପ୍ସିତା ଅଭିନନ୍ଦିତା ମିଶ୍ରଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରଥମ ପ୍ରୟାସରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଇପ୍ସିତାଙ୍କ ପରିବାର ଓ ଗାଁରେ ଖୁସିର ଲହରି ଖେଳି ଯାଇଛି।
ଅନୁଗୁଳ ଜିଲ୍ଲା ସୁସୁଡାରେ ରହୁଥିବା ନିବାସୀ ଆଇନ୍ଜୀବୀ ଧ୍ରୁବଚରଣ ମିଶ୍ର ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହିଲ୍ଲୋଳିନୀ ମିଶ୍ରଙ୍କ ଝିଅ ହେଉଛନ୍ତି ଇପ୍ସିତା। ଏଠାରେ ସବୁଠାରୁ ବଡ଼ କଥା ହେଉଛି ବିନା କୋଚିଂରେ ସେ ଏହି ସଫଳତା ପାଇଛନ୍ତି।
ରାଜ୍ୟରେ ବର୍ଷ ବର୍ଷ ଧରି ପଡ଼ି ରହୁଥିବା ମାମଲାର କିଭଳି ଶୀଘ୍ର ଶୁଣାଣି କରି ଫଇସଲା କରାଯାଇପାରିବ ତା’ ଉପରେ ସେ ଗୁରୁତ୍ୱ ଦେବେ ବୋଲି ଇପ୍ସିତା କହିଛନ୍ତି।
ଗତ ଜାନୁଆରୀରେ ଅନୁଷ୍ଠିତ ଓଜେଏସ୍ ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୫୧୩ ଜଣ ପରୀକ୍ଷାର୍ଥୀ ଏପ୍ରିଲରେ ମେନ୍ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୧ ଜଣ କୃତକାର୍ଯ୍ୟ ହୋଇଥିଲେ।
from OTV Khabar. https://ift.tt/30XiTHK
No comments: