ଆଜି ରାଜ୍ୟ କ୍ୟାବିନେଟ ବୈଠକ ! କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର Kanak News

cabinet decision
କନକ ବ୍ୟୁରୋ : ଆଜି ସନ୍ଧ୍ୟା ୭ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ। ବୈଠକରେ ପ୍ରାୟ ୧୧ଟି ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। ମାସର ଚତୁର୍ଥ ଶନିବାର ଛୁଟିଦିବସ ଥିବା ସତ୍ତ୍ବେ ବିଧାନସଭା ଚାଲୁଥିବାରୁ କେତୋଟି ବିଲ ଆଣିବାକୁ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗର ଦୁଇଟି ପ୍ରସ୍ତାବ ରହିଛି। ଏସିଆନ୍ ସ୍କୁଲ ଅଫ୍ ବିଜିନେସ ମ୍ୟାନେଜମେଣ୍ଟ (ଏଏସବିଏମ)କୁ ଡିମଡ ବିଶ୍ବ ବିଦ୍ୟାଳୟରେ ପରିଣତ କରିବାକୁ ସରକାର ସ୍ବତନ୍ତ୍ର ବିଲ ଆଣିବେ।
ସେହିପରି ଓପନ୍ ସ୍କୁଲ ଲର୍ଣ୍ଣିଂ ବ୍ୟବସ୍ଥା ନେଇ ମଧ୍ୟ ପ୍ରସ୍ତାବ ଆସିବ। ଲାଞ୍ଜିଗଡ଼ରେ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଣ ସହିତ ଅନ୍ୟ ରେଳ ପ୍ରକଳ୍ପ ପାଇଁ ଜମି ଯୋଗାଣ ନେଇ ରାଜସ୍ବ ବିଭାଗର ଦୁଇଟି ପ୍ରସ୍ତାବ ରହିଛି। ପଞ୍ଚାୟତିରାଜ ବିଭାଗର ପ୍ରସ୍ତାବ ଅନୁଯାୟୀ ପୁରୀ ଓ ନବରଙ୍ଗପୁରରେ ତିନୋଟି ପାନୀୟ ଜଳ ପ୍ରକଳ୍ପ ପାଇଁ କ୍ୟାବିନେଟ୍ ମଞ୍ଜୁରି ନିଆଯିବ। ସେହିପରି ଆଇନ ବିଭାଗର ଗୋଟିଏ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିବ ବୋଲି ଜଣାପଡ଼ିଛି।


from Kanak News https://ift.tt/2SKgL33 https://ift.tt/2yde9S9
ଆଜି ରାଜ୍ୟ କ୍ୟାବିନେଟ ବୈଠକ ! କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର Kanak News ଆଜି ରାଜ୍ୟ କ୍ୟାବିନେଟ ବୈଠକ ! କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର Kanak News Reviewed by SUBHENDU BARAL on July 26, 2019 Rating: 5

No comments:

Powered by Blogger.