
କନକ ବ୍ୟୁରୋ : ଚଳନ୍ତା ଟ୍ରକ ତଳେ ମୁଣ୍ଡ ରଖି ଆତ୍ମହତ୍ୟା କଲେ ଯୁବକ । ଘଟଣା ଜାଣିବା ପରେ ସମସ୍ତେ ଚକିତ । କାହିଁକି ଯୁବକ ଜଣକ ଆତ୍ମହତ୍ୟା କଲେ ? କଣ ରହିଥିଲା ଘଟଣା ପଛର ପୂରା କାହାଣୀ । ଏମିତି ଅନେକ ପ୍ରଶ୍ନ ଏହି ଦୃଶ୍ୟ ଦେଖିଥିବା ବ୍ୟକ୍ତିଙ୍କ ମନରେ ନିଶ୍ଚିତ ଭାବରେ ଆସିଥିବ । ଆସିବା ମଧ୍ୟ ସ୍ୱାଭାବିକ । ତେବେ ମିଳିଥିବା ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ସଦର ଥାନା ସମ୍ମୁଖରେ ଶନିବାର ଅପରାହ୍ଣରେ ସର୍ବସମ୍ମୁଖରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ଏହି ଆତ୍ମହତ୍ୟା ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ ବି କଏଦ୍ ହୋଇଛି। ନୂଆପଡ଼ା ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନେଇଛି।

from Kanak News https://ift.tt/2Zf7JxN https://ift.tt/2Gxc5Jk
No comments: