ସୁନ୍ଦରୀକୁ ନେଇ ନିଆଗଲା ବଡ ନିଷ୍ପତ୍ତି । ଶିକାର ଭୁଲିଯାଇଥିବାରୁ ଏବେ ଜଙ୍ଗଲକୁ ଯିବ ନାହିଁ ବାଘୁଣୀ ‘ସୁନ୍ଦରୀ’ Kanak News

କନକ ବ୍ୟୁରୋ : ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’କୁ ଏବେ ଜଙ୍ଗଲକୁ ଛଡ଼ାଯିବ ନାହିଁ। ଏନକ୍ଲୋଜରରେ ରହି ସେ ଶିକାର ଭୁଲିଯାଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ସୁନ୍ଦରୀ କିଭଳି ଶିକାର କରିବା ପ୍ରବୃତ୍ତି ଫେରିପାଇବ ସେନେଇ ପ୍ରକୃତି ଭବନରେ ଏକ ବୈଠକରେ ଆଲୋଚନା କରାଯାଇଛି। ସଂପ୍ରତି ସାତକୋଶିଆ ଏନକ୍ଲୋଜରରୁ ‘ସୁନ୍ଦରୀ’କୁ ମହାନଦୀ ଓ୍ୱାଇଲ୍ଡ ଲାଇଫ୍ ଡିଭିଜନକୁ ସ୍ଥାନାନ୍ତର କରିବା ନେଇ ବିଚାର କରାଯାଉଛି। ବର୍ତମାନ ଏନକ୍ଲୋଜର ଅଢ଼େଇ ହେକ୍ଟର ଥିବା ବେଳେ ନୂଆ ଏନକ୍ଲୋଜରକୁ ୨୫ ହେକ୍ଟର କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି।
ଏନେଇ ଏନ୍ଟିସିଏ ଓ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବିଶେଷଜ୍ଞ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ବୈଠକରେ ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ୍,ଏନ୍ଟିସିଏ ସଦସ୍ୟ ସଚିବ ଓ ସାତକୋଶିଆ ବନବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ‘ସୁନ୍ଦରୀ’କୁ ଅଣାଯାଇଥିଲା। ମାତ୍ର ‘ସୁନ୍ଦରୀ’ ସାତକୋଶିଆ ଆସିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ବାସ୍ତବରେ ସୁନ୍ଦରୀ ଅଭୟାରଣ୍ୟର କୋର୍ ଅଞ୍ଚଳକୁ ନଯାଇ ଅଭୟାରଣ୍ୟ ପାଖାପାଖି ଅଞ୍ଚଳରେ ଘୂରି ବୁଲୁଥିଲା।
ଏହାକୁ ନେଇ ଅଭୟାରଣ୍ୟ ପାଖରେ ଥିବା ଗାଁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ‘ସୁନ୍ଦରୀ’କୁ ସ୍ଥାନାନ୍ତର ପାଇଁ ଗାଁ ଲୋକେ ଦାବି କରିଥିଲେ। ଶେଷରେ ରାଜ୍ୟ ସରକାର ବାଘୁଣୀକୁ କାବୁ କରିବାକୁ ଚେଷ୍ଟା କରି ବିଫଳ ହେଲେ। ଟ୍ରାଙ୍କୁଲାଇଜ୍ ଟିମ୍କୁ ଚକମା ଦେଇ ସେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ବାରମ୍ୱାର ବିଫଳ ହେବାରୁ ବନ ବିଭାଗ ଚନ୍ଦକାରୁ ‘ଯଶୋଦା’ ହାତୀକୁ ନେଇ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିଥିଲେ। ସେବେଠୁ ସୁନ୍ଦରୀ ଏନକ୍ଲୋଜରରେ ରହିଛି।


from Kanak News https://ift.tt/2lv2Xgp https://ift.tt/2lt8hAU
ସୁନ୍ଦରୀକୁ ନେଇ ନିଆଗଲା ବଡ ନିଷ୍ପତ୍ତି । ଶିକାର ଭୁଲିଯାଇଥିବାରୁ ଏବେ ଜଙ୍ଗଲକୁ ଯିବ ନାହିଁ ବାଘୁଣୀ ‘ସୁନ୍ଦରୀ’ Kanak News ସୁନ୍ଦରୀକୁ ନେଇ ନିଆଗଲା ବଡ ନିଷ୍ପତ୍ତି । ଶିକାର ଭୁଲିଯାଇଥିବାରୁ ଏବେ ଜଙ୍ଗଲକୁ ଯିବ ନାହିଁ ବାଘୁଣୀ ‘ସୁନ୍ଦରୀ’ Kanak News Reviewed by SUBHENDU BARAL on July 15, 2019 Rating: 5

No comments:

Powered by Blogger.