ପାକିସ୍ତାନର ରାୱଲପିଣ୍ଡିରେ ସେନା ବିମାନ ଦୁର୍ଘଟଣା: ୨ ପାଇଲଟଙ୍କ ସମେତ ୧୭ ମୃତ Kanak News

କନକ ବ୍ୟୁରୋ: ପାକିସ୍ତାନୀ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଆହୁରି କେତେଜଣ ଯବାନ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାୱଲପିଣ୍ଡି ସହରର ଏକ ଆବାସିକ ଅଂଚଳରେ ହଠାତ ସେନାର ବିମାନରେ ନିଆଁ ଲାଗିଥିଲା ବୋଲି ଉଦ୍ଧରକାରୀ ଟିମର ମୁଖପାତ୍ର ଫାରୁକ ବଟ କହିଛନ୍ତି ।

ସେ କହିଛନ୍ତି ସେନାର ଏକ ଛୋଟ ବିମାନ ଆବାସିକ ଅଂଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ରାୱଲପିଣ୍ଡିର ମୋରା କାଲୁ ଗାଁ ନିକଟ ଦେଇ ସେନାର ତାଲିମ ହେଲିକପ୍ଟର ଖସିପଡିଥିଲା । ବିମାନ ଦୁର୍ଘଟଣା ଯୋଗୁଁ ଅନେକ ଘର ପୋଡିଯାଇଛି ।



from Kanak News https://ift.tt/2ZpyUpK https://ift.tt/2GCwCMx
ପାକିସ୍ତାନର ରାୱଲପିଣ୍ଡିରେ ସେନା ବିମାନ ଦୁର୍ଘଟଣା: ୨ ପାଇଲଟଙ୍କ ସମେତ ୧୭ ମୃତ Kanak News ପାକିସ୍ତାନର ରାୱଲପିଣ୍ଡିରେ ସେନା ବିମାନ ଦୁର୍ଘଟଣା: ୨ ପାଇଲଟଙ୍କ ସମେତ ୧୭ ମୃତ Kanak News Reviewed by SUBHENDU BARAL on July 29, 2019 Rating: 5

No comments:

Powered by Blogger.