କନକ ବ୍ୟୁରୋ: ଆଜି ଶେଷ ହୋଇପାରେ କର୍ଣ୍ଣାଟକ ନାଟକ । କର୍ଣ୍ଣାଟକ ନାଟକରେ ଆଜି ପଡ଼ିପାରେ ଜବନିକା । ଦୁଇ ଦିନର ବିରତି ପରେ ଆଜି ପୁଣି ଆରମ୍ଭ ହେବ କର୍ଣ୍ଣାଟକ ବିଧାନସଭା । ଆସ୍ଥା ଉପରେ ଲଟକି ରହିଛି ସ୍ୱାମୀ ସରକାରଙ୍କ ଭାଗ୍ୟ । ତେବେ ଦୀର୍ଘ ସପ୍ତାହେ ଧରି ବିଧାନସଭାରେ ଚାଲିଥିବା ଆଲୋଚନାରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିବା ସହ ହେବ ଆସ୍ଥା ଭୋଟ୍ । ଆଉ ଏହି ଭୋଟ୍ ହିଁ ନିର୍ଣ୍ଣୟ କରିବ କର୍ଣ୍ଣାଟକ ରାଜନୀତିର ଭାଗ୍ୟ । କଂଗ୍ରେସ-ଜେଡିଏସ୍ ମେଂଟ ସରକାର ରହିବ ନା’ ବିଜେପି କ୍ଷମତା ଲଢ଼େଇରେ ବାଜି ମାରିବ, ହୁଏତ ଆଜି ସ୍ପଷ୍ଟ ହୋଇଯିବ ।
ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଜେଡିଏସ୍ ଏବଂ କଂଗ୍ରେସ ବିଧାୟକଙ୍କୁ ନେଇ ବୈଠକ କରିଥିବା ଜଣାପଡ଼ିଛି । ଆଉ ବିଦ୍ରେହୀ ବିଧାୟକଙ୍କୁ ଏହି ଆସ୍ଥା ଭୋଟ୍ ପ୍ରକ୍ରିୟାରେ ସାମିଲ ହେବାକୁ ନିବେଦନ କରିଛନ୍ତି । ତେବେ ଗତ ୧୯ ତାରିଖରେ ଆସ୍ଥା ଭୋଟ କରାଇବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ବାଜୁଭାଇ ବାଲା । କିନ୍ତୁ ଏହି ଡେଡଲାଇନକୁ ମାନିନଥିଲେ କୁମାରସ୍ୱାମୀ ସରକାର । ଏପରିକି କଂଗ୍ରେସ-ଜେଡିଏସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଏସବୁ ଭିତରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଜି ପରମେଶ୍ୱର କହିଛନ୍ତି, ବିଧାୟକଙ୍କୁ ହ୍ୱିପ୍ ଜାରି କରିବା ଦଳର ଅଧିକାର । ଏହାକୁ କୌଣସି କୋର୍ଟ ମଧ୍ୟ ଦଳ ଠାରୁ ଛଡାଇ ନେଇପାରିବେ ନାହିଁ । ଗୃହ ଚାଲିଥିବା ବେଳେ ରାଜ୍ୟପାଳ ଆସ୍ଥା ଭୋଟ ପାଇଁ କୌଣସି ଡେଡଲାଇନ ସ୍ଥିର କରିପାରିବେ ନାହିଁ । ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ କହିଥିଲେ କି, ସୋମବାର ଯେତେ ସମୟ ଲାଗୁ ପଛେ ବିଧାନସଭାରେ ଫ୍ଲୋର ଟେଷ୍ଟ ହେବ ।
from Kanak News https://ift.tt/2O9T5qs https://ift.tt/32Hi2wB
No comments: