କନକ ବ୍ୟୁରୋ: କଟକ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗୀତାରେ ଭାରତ ଚମ୍ପିଆନ୍ ହୋଇଛି । ଭାରତୀୟ ଦଳ ଉଭୟ ଦଳଗତ ଓ ବ୍ୟକ୍ତିଗତ ମ୍ୟାଚରେ ସ୍ୱର୍ଣ୍ଣପଦକ ହାସଲ କରିଛି । ଭାରତ ଟୁର୍ଣ୍ଣାମେଂଟରେ ମୋଟ୍ ୧୫ଟି ପଦକ ଜିତିଛି । ଏହା ମଧ୍ୟରେ ୭ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ରହିଛି ।
ତେବେ ପ୍ରତ୍ୟେକ ବିଭାଗରେ ଭାରତୀୟ ଖେଳାଳି ସ୍ୱର୍ଣ୍ଣପଦକ ଜିତି ଏକ ନୂଆ କିର୍ତ୍ତିିର୍ମାନ ରଚିଛନ୍ତି । ଗତ ୧୭ ତାରିଖରୁ ଏହି ଟୁର୍ଣ୍ଣାମେଂଟ ଖେଳାଯାଉଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ନବୀନ ବିଜୟୀ ଖେଳାଳିମାନଙ୍କୁ ସମ୍ମାନୀତ କରିବା ସହ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ ।
ରାଜ୍ୟଗୋଷ୍ଠୀ ଟିଟି ପଦକ ବିଜେତା
ଦଳଗତ ପୁରୁଷ (ହୋମ୍ ଆସୋସିଏସନ୍ କପ୍)
ସ୍ବର୍ଣ୍ଣ- ଭାରତ
ରୌପ୍ୟ- ଇ˚ଲଣ୍ଡ
କା˚ସ୍ୟ- ସିଙ୍ଗାପୁର/ମାଲେସିଆ
ଦଳଗତ ମହିଳା (ଇଣ୍ଡିଆ କପ୍)
ସ୍ବର୍ଣ୍ଣ- ଭାରତ
ରୌପ୍ୟ- ଇ˚ଲଣ୍ଡ
କା˚ସ୍ୟ- ସିଙ୍ଗାପୁର/ନାଇଜେରିଆ
ମିଶ୍ରିତ ଯୁଗଳ (ଗ୍ୟୁର୍ନେସି କପ୍)
ସ୍ବର୍ଣ୍ଣ: ଜି.ସାଥିଆନ୍-ଅର୍ଚ୍ଚନା କାମଥ (ଭାରତ)
ରୌପ୍ୟ: କୋଏନ୍ ପାଙ୍ଗ-ରୁଇ ଜୁଆନ୍ ଗୋଇ (ସିଙ୍ଗାପୁର)
କା˚ସ୍ୟ: ଶରତ କମଲ-ଶ୍ରୀଜା ଅକୁଳା (ଭାରତ)
କା˚ସ୍ୟ: ହରମୀତ ଦେଶାଇ-ଅହିକା ମୁଖାର୍ଜୀ (ଭାରତ)
ପୁରୁଷ ଯୁଗଳ (ହଙ୍ଗକଙ୍ଗ କପ୍)
ସ୍ବର୍ଣ୍ଣ: ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କର (ଭାରତ)
ରୌପ୍ୟ: ଶରତ କମଲ-ଜି.ସାଥିଆନ୍ (ଭାରତ)
କା˚ସ୍ୟ: ସାମୁଏଲ୍ ଵାକର-ଥୋମାସ ଜାରଭିସ୍ (ଇ˚ଲଣ୍ଡ)
କା˚ସ୍ୟ: କୋଏନ୍ ପାଙ୍ଗ-ସାଓ ହାନ୍ ଜୋସ୍ ଚୁଆ (ସିଙ୍ଗାପୁର)
ମହିଳା ଯୁଗଳ (କାନାଡ଼ା କପ୍)
ସ୍ବର୍ଣ୍ଣ: ପୂଜା ଶହସ୍ରବୁଦ୍ଧେ-ସ୍ନିହା ରଏ କ୍ରିତ୍ବିକା (ଭାରତ)
ରୌପ୍ୟ: ଶ୍ରୀଜା ଆକୁଳା-ମୌସୁମୀ ପଲ୍ (ଭାରତ)
କା˚ସ୍ୟ: ସୁତୀର୍ଥା ମୁଖାର୍ଜୀ-ଅହିକା ମୁଖାର୍ଜୀ (ଭାରତ)
କା˚ସ୍ୟ: ରୁଇ ଜୁଆନ୍ ଗୋଇ-ଜିନ୍ ରୁ ଵଙ୍ଗ (ସିଙ୍ଗାପୁର)
ପୁରୁଷ ଏକକ (ସିଙ୍ଗାପୁର କପ୍)
ସ୍ବର୍ଣ୍ଣ: ହରମୀତ ଦେଶାଇ (ଭାରତ)
ରୌପ୍ୟ: ଜି.ସାଥିଆନ୍ (ଭାରତ)
କା˚ସ୍ୟ: ଥୋମାସ ଜାର୍ଭିସ୍ (ଇ˚ଲଣ୍ଡ)/ କୋଏନ୍ ପାଙ୍ଗ (ସିଙ୍ଗାପୁର)
ମହିଳା ଏକକ (ଓସେନିଆ କପ୍)
ସ୍ବର୍ଣ୍ଣ: ଆହିକା ମୁଖାର୍ଜୀ (ଭାରତ)
ରୌପ୍ୟ: ମଧୁରିକା ପାଟକର (ଭାରତ)
କା˚ସ୍ୟ: ଶ୍ରୀଜା ଅକୁଳା (ଭାରତ)/ ଟିନ୍ ଟିନ୍ ହୋ (ଇ˚ଲଣ୍ଡ)
from Kanak News https://ift.tt/2Ly7Cde https://ift.tt/2ObfF1V
No comments: