
କନକ ବ୍ୟୁରୋ : ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ଥିବା ପୁଲିସକୁ ରାଜ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ଏହି ସୂଚନା ଗୁଇନ୍ଦା ବିଭାଗ ଜିଲ୍ଲା ପୁଲିସକୁ ଜଣାଇଥିଲେ ମଧ୍ୟ ପୁଲିସ ଗୁରୁତ୍ୱ ଦେଉନଥିବା ମନେ ହେଉଛି । ଆକ୍ରମଣ ଆଶଙ୍କା ସତ୍ତ୍ବେ ରାତି ପ୍ରାୟ ସାଢ଼େ ବାରଟା ସୁଦ୍ଧା ପୁଲିସ ଶ୍ରୀମନ୍ଦିରର ସିଂହଦ୍ବାର ଏବଂ ଅନ୍ୟ ତିନି ଦ୍ବାରରେ କୌଣସି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଲାଗୁ ନ କରିବା ବିସ୍ମିତ କରିଛି।
ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ ପୁରୀ ଗୁଇନ୍ଦା ବିଭାଗକୁ ଏକ ମେସେଜ୍ ଆସିଥିଲା। ଆତଙ୍କବାଦୀମାନେ ଏବେ ଶ୍ରୀମନ୍ଦିରକୁ ଟାର୍ଗେଟ୍ କରିଥିବା ଏଥିରେ ଉଲ୍ଲେଖ ଥିଲା। ଗୁଇନ୍ଦା ବିଭାଗ ପକ୍ଷରୁ ଏସପିଙ୍କୁ ତୁରନ୍ତ ଏହି ସୂଚନା ଦିଆଯାଇଥିଲା। ମାତ୍ର ରାତିରେ ଶ୍ରୀମନ୍ଦିର ଚାରିକଡ଼ର ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ପୁଲିସ ଏହି ସୂଚନାକୁ ଗୁରୁତ୍ବ ଦେଉ ନଥିବା ଅନୁମାନ କରାଯାଉଛି।
from Kanak News https://ift.tt/335gFYz https://ift.tt/329HiLE
ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ସୂଚନା ଦେଲା ଗୁଇନ୍ଦା ବିଭାଗ ! Kanak News
Reviewed by SUBHENDU BARAL
on
July 31, 2019
Rating:
No comments: