ଗୁଜୁରାଟ ପରେ ଦିଲ୍ଲୀ ପୋଲିସକୁ ବାଇଆ କଲା ଟିକଟକ୍ ! ସୋସିଆଲ ମିଡିଆରେ ଭାଇରାଲ୍ ହେଲା ମହିଳା ପୋଲିସ୍ କର୍ମଚାରୀଙ୍କ ଟିକଟକ୍ ଭିଡିଓ Kanak News

ଗୁଜୁରାଟ ପୁଲିସକୁ ନେଇ ନିକଟରେ ଏକ ଟିକ୍ଟକ୍ ଭିଡିଓ ଭାଇରାଲ ହେବା ଘଟଣା ଥମି ନ ଥିବା ବେଳେ ଏବେ ଦିଲ୍ଲୀ ପୁଲିସର ଏକ ଟିକଟକ୍ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ଦୁଇ ମହିଳା ପୁଲିସ ଡିୟୁଟି ସମୟରେ ଟିକଟକ୍ ଭିଡିଓ ବନାଇଥିବା ଦେଖିବାକୁ ମିଳୁଛି। ଏହି ଭାଇରାଲ ଭିଡିଓରେ ଦୁଇ ମହିଳା ପୁଲିସକର୍ମୀ ଏକ ଚର୍ଚ୍ଚିତ ହରିୟାଣା ଗୀତରେ ଅଭିନୟ କରୁଥିବା ନଜର ଆସୁଛି। ଦୁହେଁ ରାସ୍ତାପାର୍ଶ୍ୱରେ ଛିଡା ହୋଇଛନ୍ତି, ଯାହାକୁ ଦେଖି ଲାଗୁଛି କି ଦୁହେଁ ଏଠାରେ ଡିୟୁଟି ପାଇଁ ନିୟୋଜିତ ହୋଇଛନ୍ତି। ଭିଡିଓ ଆରମ୍ଭରେ ଜଣେ ପୁଲିସକର୍ମୀ ନଜର ଆସୁଥିବା ବେଳେ ଅନ୍ୟଜଣେ ସ୍କ୍ରିନକୁ ପଛ କରି ଛିଡା ହୋଇଛନ୍ତି । କିନ୍ତୁ ମଝିରେ ଉକ୍ତ ପୁଲିସକର୍ମୀ ବି ଏହି ଭିଡିଓରେ ଯୋଗ ଦେଉଛନ୍ତି।
गुजरात पुलिस के बाद @DelhiPolice पर भी चढ़ा Tiktok का ख़ुमार। दिल्ली पुलिस की 2 महिला कांस्टेबल वर्दी में Tiktok के Video में दिख रही है। @CPDelhi @LtGovDelhi pic.twitter.com/aHYSKSWIqg
— Sonu Kumar
(@Sonu_indiatv) July 30, 2019
ଦୁହିଁଙ୍କ ପୋଷାକରୁ ଜଣାପଡ଼ୁଛି କି ଏହି ଭିଡିଓ ଦିଲ୍ଲୀର। ତେବେ ଏହା ଦିଲ୍ଲୀର କେଉଁସ୍ଥାନର ତାହା ସ୍ପଷ୍ଟ ହୋଇପାରି ନାହିଁ। ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।
from Kanak News https://ift.tt/2LPUy3a https://ift.tt/2MxSLz4
(@Sonu_indiatv)
No comments: