ଶିଶୁ ଯୌନ ଅପରାଧକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ ! ୬୦ ଦିନ ଭିତରେ ପୋକ୍ସୋ କୋର୍ଟ ଗଠନ ପାଇଁ କେନ୍ଦ୍ରକୁ ଦେଲେ ନିର୍ଦ୍ଦେଶ Kanak News

ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପୋକ୍ସୋ) ଅଧୀନରେ ଯେଉଁ ଜିଲ୍ଲା ଗୁଡ଼ିକରେ ୧୦୦ ରୁ ଅଧିକ ମାମଲା ପଡ଼ି ରହିଥିବ ସେସବୁ ଜିଲ୍ଲାରେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଗଠନ ପାଇଁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଦିନକୁ ଦିନ ଶିଶୁଙ୍କ ବିରୋଧରେ ଯୌନ ନିର‌୍ୟାତନା ଏବଂ ଅପରାଧ ବଢ଼ିବା ଏବଂ ଏ ସଂକ୍ରାନ୍ତ ମାମଲା କୋର୍ଟରେ ପଡ଼ି ରହିବା ଘଟଣାରେ ସୁପ୍ରିମକୋର୍ଟ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟାୟ ଓ ଅତ୍ୟାଚାରର ଶିକାର ହୋଇଥିବା ଶିଶୁମାନଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେବା ଉଚିତ୍ ନୁହେଁ ବୋଲି କୋର୍ଟ ହୃଦବୋଧ କରିଛନ୍ତି। ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରାପତି ରଂଜନ ଗୋଗଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଗଠନ ନେଇ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୬୦ ଦିନ ମଧ୍ୟରେ ପୋକ୍ସୋ କୋର୍ଟ ଗଠନ ପାଇଁ କୋର୍ଟ ସମୟସୀମା ଧାର‌୍ୟ୍ୟ କରିଛନ୍ତି। ତେବେ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନରେ ଏବଂ କେନ୍ଦ୍ର ପାଣ୍ଠିରେ ହିଁ କୋର୍ଟ ଗଠନ ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାରେ ୪ ସପ୍ତାହ ମଧ୍ୟରେ ସଲିସିଟର ଜେନେରାଲ ତୁଷାର ମେହଟାଙ୍କୁ ପ୍ରୋଗ୍ରେସ୍ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୬ରେ ହେବ।

ଉଲ୍ଲେଖଯୋଗ୍ୟ, ଦେଶରେ ଶିଶୁମାନଙ୍କ ବିରୋଧରେ ବଢ଼ୁଥିବା ଦୁଷ୍କର୍ମ ମାମଲାରେ ଗଭୀର ଉଦବେଗ ପ୍ରକାଶ କରି ସୁପ୍ରିମକୋର୍ଟ ନିଜଆଡ଼ୁ ଏକ ପିଆଇଏଲ୍ ଦାଖଲ କରିଥିଲେ । ଶିଶୁମାନଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେବାକୁ କୋର୍ଟ ଆଦୌ ସହଜରେ ଗ୍ରହଣ କରିନାହାନ୍ତି। ଏଥିଲାଗି ନିଜଆଡ଼ୁ ପିଆଇଏଲ୍ ଦାଖଲ କରି ମାମଲା ଗୁଡ଼ିକର ତୁରନ୍ତ ବିଚାର କରିବାକୁ କହିଛନ୍ତି।



from Kanak News https://ift.tt/2Mg6VFe https://ift.tt/2ygnPuQ
ଶିଶୁ ଯୌନ ଅପରାଧକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ ! ୬୦ ଦିନ ଭିତରେ ପୋକ୍ସୋ କୋର୍ଟ ଗଠନ ପାଇଁ କେନ୍ଦ୍ରକୁ ଦେଲେ ନିର୍ଦ୍ଦେଶ Kanak News ଶିଶୁ ଯୌନ ଅପରାଧକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ ! ୬୦ ଦିନ ଭିତରେ ପୋକ୍ସୋ କୋର୍ଟ ଗଠନ ପାଇଁ କେନ୍ଦ୍ରକୁ ଦେଲେ ନିର୍ଦ୍ଦେଶ Kanak News Reviewed by SUBHENDU BARAL on July 25, 2019 Rating: 5

No comments:

Powered by Blogger.