ଚୂଡାନ୍ତ ହେଲା ବିଶ୍ୱକପ୍ ସେମି ଫାଇନାଲ ଲାଇନ ଅପ୍। ମଙ୍ଗଳବାର ନ୍ୟୁଜିଲାଣ୍ଡକୁ ଭେଟିବ ଦୁଇଥରର ଚାମ୍ପିଅନ୍ ଭାରତ Kanak News

କନକ ବ୍ୟୁରୋ: ଚୂଡାନ୍ତ ହେଲା ବିଶ୍ୱକପ୍ ସେମିଫାଇନାଲ ଲାଇନ୍ ଅପ୍ । ବିଶ୍ୱକପ ପ୍ରଥମ ସେମି ଫାଇନାଲରେ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ ଏବଂ ଦ୍ୱିତୀୟ ସେମି ଫାଇନାଲରେ ଅଷ୍ଟେଲିଆକୁ ଭେଟିବ ଇଂଲଣ୍ଡ । ଗତକାଲି ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଥିବା ବେଳେ , କଙ୍ଗାରୁ ଦଳକୁ ମାତ୍ ଦେଇଥିଲା ଦକ୍ଷିଣ ଆଫ୍ରିକା । ଫଳରେ ଶେଷ ଲିଗ୍ ମ୍ୟାଚରେ ବିଜୟ ସହ ୧୫ ପଏଂଟ ହାସଲ କରି ପଂଏଟ୍ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଥିଲା ଭାରତ ।

ବିଶ୍ୱକପ୍ ସେମି ଫାଇନାଲରେ ଭାରତ ଏବେ ନ୍ୟୁଜିଲାଣ୍ଡକୁ ଭେଟିବ । ପ୍ରଥମ ସେମିରେ ଭେଟିବ । ଜୁଲାଇ ୯ ତାରିଖ ମଙ୍ଗଳବାର ଇଂଲଣ୍ଡର ମାଂଚେଷ୍ଟରର ଓଲ୍ଡ ଟ୍ରାଫୋଡରେ ହେବ ଏହି ମ୍ୟାଚ୍ । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲରେ ପଏଂଟ୍ ଟେବୁଲର ତୃତୀୟରେ ଥିବା ଇଂଲଣ୍ଡକୁ ଭେଟିବ । ଜୁଲାଇ ୧୧ ତାରିଖ ଅର୍ଥାତ୍ ଗୁରୁବାର, ଏଜବାଷ୍ଟନରେ ଖେଳାଯିବ ବିଶ୍ୱକପର ଏହି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ । ପୂର୍ବରୁ ଅଷ୍ଟ୍ରେଲିଆ ୫ ଥର ବିଶ୍ୱକପ୍ ଚାମ୍ପିଅନ୍ ହୋଇସାରିଥିବା ବେଳେ ଭାରତ, ଦୁଇଥର ବିଶ୍ୱକପ୍ ବିଜୟୀ ହୋଇଛି ।

ନଜର ପକାନ୍ତୁ ବିଶ୍ୱକପ୍ ପଏଂଟ ଟେବୁଲ୍ ଉପରେ..

• ଚଳିତ ବିଶ୍ୱକପରେ ମୋଟ୍ ୯ଟି ମ୍ୟାଚରୁ ୭ ବିଜୟ, ଗୋଟିଏ ପରାଜୟ ଏବଂ ଗୋଟିଏ ବର୍ଷା ବାଧାପ୍ରାପ୍ତ ମ୍ୟାଚରୁ ୧ ପଂଏଟ୍ ସହ ୧୫ ପଏଂଟ ପାଇ ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ ।

• ଅଷ୍ଟେଲିଆ ମୋଟ ୯ଟି ମ୍ୟାଚରୁ ୭ ବିଜୟ ଏବଂ ୨ ପରାଜୟ ସହ ୧୪ ପଏଂଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ।

• ସେହିପରି ପଏଂଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ବିଶ୍ୱକପ୍ ଆୟୋକଜ ଇଂଲଣ୍ଡ । ୯ ଟି ମ୍ୟାଚରୁ ୬ଟି ବିଜୟ ଏବଂ ୩ଟି ପରାଜୟ ସହ ୧୨ ପଏଂଟ ପାଇ ତୃତୀୟ ସ୍ଥାନରେ ରହିଛି ଆୟୋଜକ ଇଂଲଣ୍ଡ ।

• ପଏଂଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । କିୱି ଟିମ୍ ମୋଟ୍ ୯ ମ୍ୟାଚରୁ ୫ ବିଜୟ, ୩ ପରାଜୟ ଏବଂ ଗୋଟିଏ ବର୍ଷା ବାଧାପ୍ରାପ୍ତ ମ୍ୟାଚରୁ ୧ ପଏଂଟ ସହ ମୋଟ ୧୧ ପଏଂଟ୍ ପାଇ ଚତୁର୍ଥ ସ୍ଥାନରେ ରହି ସେମି ଫାଇନାଲ ଖେଳିବାକୁ ଯାଉଛି ।

ଏବେ ପଏଂଟ ଟେବୁଲର ପ୍ରଥମ ଦଳ ଚତୁର୍ଥ ସ୍ଥାନରେ ଥିବା ଟିମ୍ ସହିତ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ଦଳ ତୃତୀୟ ସ୍ଥାନରେ ଥିବା ଟିମ୍ ସହିତ ସେମି ଫାଇନାଲ୍ ମ୍ୟାଚ୍ ଖେଳିବ ।



from Kanak News https://ift.tt/2XV2Dci https://ift.tt/30fmsbW
ଚୂଡାନ୍ତ ହେଲା ବିଶ୍ୱକପ୍ ସେମି ଫାଇନାଲ ଲାଇନ ଅପ୍। ମଙ୍ଗଳବାର ନ୍ୟୁଜିଲାଣ୍ଡକୁ ଭେଟିବ ଦୁଇଥରର ଚାମ୍ପିଅନ୍ ଭାରତ Kanak News ଚୂଡାନ୍ତ ହେଲା ବିଶ୍ୱକପ୍ ସେମି ଫାଇନାଲ ଲାଇନ ଅପ୍। ମଙ୍ଗଳବାର ନ୍ୟୁଜିଲାଣ୍ଡକୁ ଭେଟିବ ଦୁଇଥରର ଚାମ୍ପିଅନ୍ ଭାରତ Kanak News Reviewed by SUBHENDU BARAL on July 06, 2019 Rating: 5

No comments:

Powered by Blogger.