ଅପେକ୍ଷାରେ ବିତିଗଲା ୪୭ ବର୍ଷ … ! ୧୯୭୧ ପାକିସ୍ତାନ ଯୁଦ୍ଧ ପରଠାରୁ ନିଖୋଜ ଅଛନ୍ତି ପାଇଲଟ୍ ସ୍ୱାମୀ , କିନ୍ତୁ ସ୍ୱାମୀଙ୍କ ଫେରିବା ବାଟକୁ ଏବେ ବି ଚାହିଁରହିଛନ୍ତି ପତ୍ନୀ । Kanak News

ଦକ୍ଷିଣ ଦିଲ୍ଲୀର ମୁନିର୍କା ବିହାର ବାସିନ୍ଦା ଦମୟନ୍ତୀ ତାମ୍ବେ(୭୦) ଦୀର୍ଘ ୪୭ ବର୍ଷ ହେଲା ସ୍ବାମୀ ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ବିଜୟ ବସନ୍ତ ତାମ୍ବେଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ୧୯୭୧ ପାକିସ୍ତାନ ଯୁଦ୍ଧରେ ବିଜୟ ଳଢୁଆ ବିମାନ ଧରି ସାମିଲ ହେବାକୁ ଯାଇଛନ୍ତି ଯେ ଫେରିନାହାଁନ୍ତି। ତେବେ ସେ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟୁଥିବା କୌଣସି ସୂତ୍ରରୁ ଖବର ପାଇ ମଧ୍ୟ ଦମୟନ୍ତୀ ସମ୍ପର୍କୀୟଙ୍କ ସହ ପାକିସ୍ତାନ ଯାଇ ବିଭିନ୍ନ ଜେଲ୍ ଖୋଜିଛନ୍ତି। ମାତ୍ର ତାଙ୍କ ଆଖି କୋଣରେ ଜମାଟ ବାନ୍ଧିଥିବା ଶୁଖିଲା ଲୁହ ଆଜି ଯାଏ ଚେନାଏ ହସକୁ ରୂପାନ୍ତରିତ ହୋଇପାରିନାହିଁ।

 

ସେଦିନ ଥିଲା ୧୯୭୧ ମସିହା ଡିସେମ୍ବର ୫ ତାରିଖ। ରେଡିଓ ଷ୍ଟେସନ୍ ବଦଳାଉଥିବା ସମୟରେ ଦମୟନ୍ତୀଙ୍କ କାନରେ ପଡ଼ିଲା ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ବିଜୟ ବସନ୍ତ ତାମ୍ବେ ସୀମା ଆରପାରିରେ ଧରାପଡ଼ିଛନ୍ତି। ଦେଢ଼ ବର୍ଷ ହେଲା ବିବାହ କରିଥିବା ଦମୟନ୍ତୀଙ୍କ ପାଦ ତଳୁ ମାଟି ଖସିଗଲା ଭଳି ଲାଗିଥିଲା। ୧୯୭୧ ମସିହା ଯୁଦ୍ଧ ଆରମ୍ଭ ହେବାର ଦୁଇ ଦିନ ପରେ ବିଜୟ ଶତ୍ରୁପକ୍ଷ ଦ୍ୱାରା ଧରାହୋଇଥିବା ସଂକ୍ରାନ୍ତରେ ତାଙ୍କ ପାଖକୁ ସରକାରୀ ଟେଲିଗ୍ରାମ୍ ଆସିଲା। ତେବେ ସେ ବଞ୍ଚିଛନ୍ତି ବୋଲି ପ୍ରଥମେ ଦମୟନ୍ତୀ ଆଶ୍ୱସ୍ତ ହୋଇଥିଲେ। ସ୍ୱାମୀ ଯୁଦ୍ଧ ବନ୍ଦୀ ହୋଇଥିବାରୁ ଶୀଘ୍ର ହେଉ କି ବିଳମ୍ବରେ, ନିଶ୍ଚିତ ବାହୁଡ଼ିବେ ବୋଲି ଭାବି ସେ ଧୈର‌୍ୟ୍ୟର ସହ ଅପେକ୍ଷା କରି ରହିଲେ। ମାତ୍ର ପରେ ଜଣା ପଡ଼ିଲା ଭାରତକୁ ଫେରି ଆସିବାରେ ବିଫଳ ହୋଇଥିବା ନିଖୋଜ ୫୪ ଜଣ ଯବାନଙ୍କ ମଧ୍ୟରେ ଲେଫ୍ଟନାଣ୍ଟ୍ ବିଜୟ ଅନ୍ୟତମ।

ବିଜୟ ଜୀବିତ ଏବଂ ଜେଲରେ ବନ୍ଦୀ ଥିବା କଥା କିଛି କିଛି ବର୍ଷ ଅନ୍ତରରେ ପାକିସ୍ତାନ ଓ ବାଂଲାଦେଶର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ୧୯୮୯ ମସିହାରେ ବିଜୟଙ୍କ ମାମୁଁ ଜୟନ୍ତ ଜାତାର ୧୯ବର୍ଷରୁ କମ୍ କ୍ରିକେଟ୍ ଦଳର ମ୍ୟାନେଜର୍ ଭାବେ ପାକିସ୍ତାନ ଯାଇଥିବା ବେଳେ ବହୁ ଶ୍ରମ ସ୍ୱୀକାର କରି ଲ୍ୟାଲପୁର ଜେଲକୁ ଯାଇଥିଲେ ଭଣଜା ବିଜୟଙ୍କୁ ଭେଟିବାକୁ। କୁର୍ତ୍ତା ପାଇଜାମା ପିନ୍ଧି ବିଜୟ ଖବରକାଗଜ ପଢୁଥିବା ଦେଖି ତାଙ୍କୁ ଚିହ୍ନିଲେ, ମାତ୍ର ତାଙ୍କ ସହ କଥାବାର୍ତ୍ତା କରିବାକୁ ଅନୁମତି ମିଳିନଥିଲା। ଏପରିକି ୨୦୦୭ରେ ୧୫ ଜଣିଆ ଯୁଦ୍ଧବନ୍ଦୀ ଆତ୍ମୀୟଙ୍କ ସହ ଦମୟନ୍ତୀ ପାକିସ୍ତାନ ଯାଇ ଅନେକ ଜେଲ୍ ବୁଲିଥିଲେ। ସେଠାରେ ସେମାନେ ଊର୍ଦ୍ଦୁ ଭାଷାରେ ଲିଖିତ ବନ୍ଦୀ ତାଲିକା ଦେଖାଇଥିଲେ, ମାତ୍ର କୌଣସି ବନ୍ଦୀଙ୍କ ସହ ସାକ୍ଷାତ କରାଇ ଦେଇନଥିଲେ। ଦଶନ୍ଧି ଦଶନ୍ଧି ଧରି ଦମୟନ୍ତୀ ପ୍ରଧାନମନ୍ତ୍ରୀ ଏବଂ କୂଟନୀତିଜ୍ଞମାନଙ୍କୁ ଭେଟିବା ସହ କେତେକ ମାନବ ଅଧିକାର ସଂଗଠନକୁ ମଧ୍ୟ ଆବେଦନ କରିଛନ୍ତି। ମାତ୍ର ସ୍ୱାମୀଙ୍କୁ ଫେରି ପାଇବାର ସ୍ବପ୍ନ ଏଯାଏଁ ସାକାର ହୋଇନି। ତଥାପି ସେ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି।



from Kanak News https://ift.tt/3132sKa https://ift.tt/2LJ1Rti
ଅପେକ୍ଷାରେ ବିତିଗଲା ୪୭ ବର୍ଷ … ! ୧୯୭୧ ପାକିସ୍ତାନ ଯୁଦ୍ଧ ପରଠାରୁ ନିଖୋଜ ଅଛନ୍ତି ପାଇଲଟ୍ ସ୍ୱାମୀ , କିନ୍ତୁ ସ୍ୱାମୀଙ୍କ ଫେରିବା ବାଟକୁ ଏବେ ବି ଚାହିଁରହିଛନ୍ତି ପତ୍ନୀ । Kanak News ଅପେକ୍ଷାରେ ବିତିଗଲା ୪୭ ବର୍ଷ … ! ୧୯୭୧ ପାକିସ୍ତାନ ଯୁଦ୍ଧ ପରଠାରୁ ନିଖୋଜ ଅଛନ୍ତି ପାଇଲଟ୍ ସ୍ୱାମୀ , କିନ୍ତୁ ସ୍ୱାମୀଙ୍କ ଫେରିବା ବାଟକୁ ଏବେ ବି ଚାହିଁରହିଛନ୍ତି ପତ୍ନୀ । Kanak News Reviewed by SUBHENDU BARAL on July 28, 2019 Rating: 5

No comments:

Powered by Blogger.