ମେଷ – ଧାର୍ମିକ ଚିନ୍ତାଧାରା ଲାଭଜନକ ହେବ । ସତ୍ସଙ୍ଗୀ ହେବା ଆଶା କରାଯାଏ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଆମୋଦ-ପ୍ରମୋଦ ଓ ବିଳାସ ବ୍ୟସନ କରିପାରନ୍ତି । କର୍ମ ତତ୍ପରତା ପ୍ରକାଶ ପାଇବ । ସୁଖ-ଶାନ୍ତି ମିଳିବ ।
ବୃଷ – ଶାରିରୀକ କ୍ଳେଶ ଅନୁଭବ କରିପାରନ୍ତି । ସୁଖ ମିଳିବା ପାଇଁ ଦୁଃଖ ସହିବାକୁ ପଡିବ । ସ୍ତ୍ରୀଧନ ହେତୁ ସୁଖୀ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ପ୍ରଭାବଶାଳୀ ହେବେ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ରହିବେ ।
ମିଥୁନ – ଦେବ ପୂଜାରେ ନିୟୋଜିତ ହେବେ । କର୍ମକ୍ଷେତ୍ରରେ ଉତ୍ସାହପ୍ରଦ ହେବ । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ସମ୍ମାନିତ ହେବେ । ଗୁରୁଙ୍କର ଆର୍ଶୀବାଦ ହାତ ଆପଣଙ୍କ ମସ୍ତକ ଉପରେ ରହିଛି ।
କର୍କଟ – ଆବଶ୍ୟକ ପଡୁଥିବା ସହାୟତା ପାଇ ଖୁସି ହୋଇପାରନ୍ତି । ଦୁଃସାହସିକ ପଦକ୍ଷେପ ନେଇ ଅସାଧ୍ୟ ସାଧନ କରିପାରନ୍ତି । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ବିଶେଷ ଉପକୃତ ହୋଇପାରନ୍ତି । ଶାନ୍ତି-ସନ୍ତୋଷ ଲାଭ କରିବେ ।
ସିଂହ – ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ସୁସମ୍ବାଦ ପାଇ ଖୁସି ହେବେ । ପ୍ରଭୁଙ୍କର କୃପା ପାତ୍ର ହେବେ । ଚଞ୍ଚଲ ଚେଷ୍ଟିତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥାଗମର ସୂଚନା ମିଳୁଛି । ଜିତେନ୍ଦ୍ରିୟ ହେବେ । ଜନ ସମର୍ଥନ ପାଇ ଖୁସୀ ହେବେ ।
କନ୍ୟା – ଭ୍ରମଣରୁ ସୁଖ ମିଳିବ । ସମ୍ମାନକୁ ଜଗି କଥାବାର୍ତ୍ତାରେ ନିୟନ୍ତ୍ରଣ ବାହାରକୁ ଯିବେ ନାହିଁ । ଅର୍ଥ ଚିନ୍ତା ପାଇଁ ମନସ୍ତାପ କରିପାରନ୍ତି । କୃଷିକାର୍ଯ୍ୟ ପାଇଁ ତତ୍ପର ହେବେ । ବ୍ୟବସାୟରୁ ଅଧିକ ଲାଭ ମିଳିବ । ଜିତେନ୍ଦ୍ରିୟ ହେବେ ନାହିଁ । ସମର୍ଥନ ପାଇ ସୁଖୀ ହେବେ ।
ତୁଳା – ସଫଳତାର ନିକଟବର୍ତ୍ତୀ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କତା ଆବଶ୍ୟକ । ହର୍ଷଯୁକ୍ତ ,ବିଶୁଦ୍ଧଭାଷୀ ,ଧନଶାଳୀ ହୋଇପାରନ୍ତି । ନିରୀହ ପ୍ରକୃତିର ହେବେ । ପ୍ରିୟ କଥା କହିବାରେ ଦକ୍ଷ ହେବେ । ପ୍ରମୋଦ ଦୂରେଇ ଯିବ ।
ବିଛା – ଦେବ ଦର୍ଶନ କରି ଆନନ୍ଦ ଅନୁଭବ କରିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ.ମାତ୍ର ବିଳମ୍ବରେ ଯଶସ୍ୱୀ ହୋଇପାରନ୍ତି । ଚିନ୍ତାଧାରା ସତ୍ ଓ ଉନ୍ନତମାନର ହେବ । ସାଧନାରେ ସିଦ୍ଧିଲାଭ କରିବେ । ନୂଆ ବନ୍ଧୁ ଜୁଟିବେ ।
ଧନୁ – ଜମି କ୍ରୟ କରିବାରେ ସୁଯୋଗ ଅଛି । ସୁଖ-ସମ୍ମାନ ଲାଭ କରିପାରନ୍ତି । ମନରେ ନୂତନ ଆଶାର ସଞ୍ଚାର ହୋଇପାରେ । ଧର୍ମକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଆରୋଗ୍ୟ ହେବେ । ମିଷ୍ଟାନ୍ନ ଭୋଜନ ମିଳିବ । ନୂଆ ବନ୍ଧୁ ଜୁଟିବେ । ଅର୍ଥ ମିଳିବ ।
ମକର – ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । କାର୍ଯ୍ୟରେ ବାଧା-ବିଘ୍ନ ଉପୁଜିପାରେ । ସାମର୍ଥ୍ୟର ନମୁନା ବାଢି ପାରନ୍ତି । ଧନାଗମ ହେବା ସହିତ ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି । ମନରେ ନାନା ଚିନ୍ତା ଓ ଉଦ୍ବେଗ ଜାତ ହୋଇପାରେ ।
କୁମ୍ଭ – ଧନ-ସମ୍ପଦ ବୃଦ୍ଧି ହେବ । ମୂଲ୍ୟବାନ୍ ଦ୍ରବ୍ୟଲାଭର ସୂଚନା ମିଳୁଛି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଇପ୍ସିତ ସମ୍ମାନରେ ସମ୍ମାନିତ ହେବେ । ନାନା ସୁଖ ଭୋଗ କରିବେ । ବିଶାଳ ଯଶର ଅଧିକାରୀ ହେବେ ।
ମୀନ – ଯୋଗାଯୋଗରେ ସଫଳ ହେବା କଷ୍ଟ ସାଧ୍ୟ । କାର୍ଯ୍ୟରେ ସଫଳତା ଲାଭ କରିବେ । କୌଶଲରେ କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ । ସର୍ବାଙ୍ଗୀଣ ଉନ୍ନତି ହେବ । ପୌରଷ ପଣିଆ ସାବ୍ୟସ୍ତ କରି ପାରନ୍ତି । ମିତ୍ରାର୍ଜନ ହେବ ।
from Prameya News7 https://ift.tt/30X3nM5
No comments: