ମେଷ – ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ । ଉତ୍ସାହିତ ହୋଇ କାର୍ଯ୍ୟ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ଥଣ୍ଡା-କଫରେ ସାମାନ୍ୟ ପୀଡା ଉପୁଜିବ । ପ୍ରେମୀ ଓ ସାହସୀ ହେବେ ।
ବୃଷ – ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ପରଦେଶବାସୀ,ମଧୁରଭାଷୀ,ସହନଶୀଳ,ଶାନ୍ତିପ୍ରିୟ ଓଉଦାର ବିଦ୍ୟାପ୍ରେମୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ସ୍ତ୍ରୀ ବିଳାସୀ ହୋଇପାରନ୍ତି ।
ମିଥୁନ – ଉପୁଜି ଥିବା ସମସ୍ୟା ସମାଧାନରେ ସଫଳତା ଲାଭ କରିବେ । ସୁଖ,ସମ୍ମାନ ଲାଭ କରିପାରନ୍ତି । ପ୍ରୀତିପୂର୍ଣ୍ଣ ସୁସ୍ୱାଦୁ ଭୋଜନ ପାଇ ତୃପ୍ତି ହେବେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ ।
କର୍କଟ – କାର୍ଯ୍ୟରେ ଅଶାନ୍ତି ଉପୁଜି ପାରେ । ବ୍ୟୟ ଯୋଗ ଅଛି । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ସାହସୀ ଓ ଜ୍ଞାନୀ ହେବେ । ଏକାନ୍ତ ପ୍ରିୟ ଓ ଚକ୍ଷୁ ପୀଡା ପାଇ ପାରନ୍ତି ।
ସିଂହ – ଭ୍ରମଣ ଜନିତ ସୁଖ ମିଳିପାରେ । ସମ୍ମାନିତ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଯଶସ୍ୱୀ ହେବେ । ସରକାରୀ ସମ୍ମାନିତ ହେବାର ସୂଚନା ମିଳୁଛି ।
କନ୍ୟା – ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଖୁସି ହେବେ । ପରିଶ୍ରମର ମୂଲ୍ୟାଙ୍କନ ହେବ । କୁଳ ଉଦ୍ଧାରକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରିବେ ।
ତୁଳା – ଛୁଟି କଟାଇବା ପରେ କର୍ମକ୍ଷେତ୍ରରେ ଯୋଗ ଦେଇ ପାରନ୍ତି । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସରେ ଦିନଟି ଅତିବାହିତ ହୋଇପାରେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି । ବିଦ୍ୱାନ,ସାହସୀ ଓ ସମ୍ପତ୍ତିବାନ୍ ହେବେ ।
ବିଛା – ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ଈର୍ଷାପରାୟଣ ହେବାକୁ ବାଧ୍ୟ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ କରିବେ । ସହ ଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ ।
ଧନୁ – ଅପହୃତ ଦ୍ରବ୍ୟର ସନ୍ଧାନ ପାଇ ପାରନ୍ତି । ଏଥିପାଇଁ ବହୁ ସହଯୋଗ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ମନ ଦେବେ । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ସହ ଯୋଗ ମିଳିବ ।
ମକର – ଆଶା ଫଳବତୀ ହେବ । ପ୍ରଥମେ ଶତ୍ରୁର ତେଜ ଦେଖି ମନରେ ବୟର ସଞ୍ଚାର ହୋଇପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ବଳଶାଳୀ ହେବେ । ଶତ୍ରୁହନ୍ତା ହୋଇପାରନ୍ତି ।
କୁମ୍ଭ – ଆୟ ଖୁବ୍ ଭଲ ହେବ । ନଷ୍ଟ ଦ୍ରବ୍ୟ ମିଳିପାରେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ହଠାତ୍ ଧନପ୍ରାପ୍ତିର ସୂଚନା ମିଳୁଛି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହିବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ତେଜସ୍ୱୀ ହେବେ । ପରୋପକାରୀ ହେବେ ।
ମୀନ – କାର୍ଯ୍ୟରେ ଢେର ଉନ୍ନତି ଘଟିବ । ନ୍ୟାୟ ପାଇଁ କଳହର ସମ୍ମୁଖୀନ ହେବେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । କୃଷିକର୍ମକାରୀ ହୋଇପାରନ୍ତି ।
from Prameya News7 https://ift.tt/2YEgbJW
No comments: