ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା : ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପାଇଁ ପରୀକ୍ଷା ଦେବେ ମୋଟ ୨୮ ହଜାର ପରୀକ୍ଷାର୍ଥୀ
ଭୁବନେଶ୍ବର ୮/୭: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ୨ୟ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆରମ୍ଭ ହେଉଛି । ଏଥର ୨୭,୬୧୬ ଜଣ ପରୀକ୍ଷାର୍ଥୀ ୧୨୨ଟି କେନ୍ଦ୍ରରେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ସପ୍ଲି ମେଣ୍ଟାରୀ ପରୀକ୍ଷା ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସିଟ ଓ ଗୋଟିଏ ପ୍ରଶ୍ନପତ୍ର ହୋଇଛି ।
ଏହି ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ।ସେହିପରି ୯୦୩୩ ଜଣ ପରୀକ୍ଷାର୍ଥୀ ୫୫ଟି କେନ୍ଦ୍ରରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେବେ। ସପ୍ଲିମେଣ୍ଟାରୀ ପରୀକ୍ଷା ୧୪ ତାରିଖରେ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ୧୬ ତାରିଖରେ ଶେଷ ହେବ । ତେବେ କପି ରୋକିବା ଓ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।
from News7 https://ift.tt/2Xz6WuA
ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା : ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପାଇଁ ପରୀକ୍ଷା ଦେବେ ମୋଟ ୨୮ ହଜାର ପରୀକ୍ଷାର୍ଥୀ
Reviewed by SUBHENDU BARAL
on
July 07, 2019
Rating:
No comments: