ଡୋପ୍ ଟେଷ୍ଟରେ ଫେଲ୍ ହେଲେ ଏହି ଭାରତୀୟ କ୍ରିକେଟର, ୮ ମାସର ବ୍ୟାନ୍ ଲଗାଇଲା ବିସିସିଆଇ

ନୂଆଦିଲ୍ଲୀ ୩୧|୭: କ୍ରିକେଟର ପୃଥ୍ବୀ ସଙ୍କ ଉପରେ ବିସିସିଆଇ ଲଗାଇଛି ୮ ମାସର ବ୍ୟାନ୍ । ବିସିସିଆଇର ଆଣ୍ଟିଂ ଡୋପିଂ ବିଭାଗ ସଙ୍କ ମୁତ୍ର ନମୁନା ନେଇଥିଲା । ଯେଉଁଥିରେ କଫ୍ ସିରପରେ ବ୍ୟବହାର ହେଉଥିବା ନିଶିଦ୍ଧ ଉପାଦାନ ମିଳିଥିଲା ।

ଫେବ୍ରୁଆରୀ ୨୦୧୯ ସୟଦ ମୁସ୍ତାକ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ ବେଳେ ତାଙ୍କଠାରୁ ମୁତ୍ର ନମୁନା ସଂଗ୍ରହ କରାଯାଇଥିଲା । ନମୁନାରୁ ‘ଟର୍ବ୍ୟୁଟାଲାଇନ୍’ ନାମକ ଡ୍ରଗ୍ସ ମିଳିଛି । ତେଣୁ ଡୋପିଂ ନିୟମକୁ ଏହା ଉଲଂଘନ କରୁଥିବାରୁ ତାଙ୍କୁ ବ୍ୟାନ୍ କରାଯାଇଛି ।

ତେବେ ଏହି ବ୍ୟାନ୍ ପିଛିଲା ଭାବେ ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇ ନଭେମ୍ବର ୧୫ରେ ସରିବ । ତାଙ୍କ ସହ ଆଉ କିଛି ଯୁବ କ୍ରିକେଟରଙ୍କଠାରୁ ମଧ୍ୟ ଏହି ନିଷିଦ୍ଧ ଉପଦାନ ମିଳିଛି । ସେମାନଙ୍କୁ ବି ବ୍ୟାନ୍ କରାଯାଇଛି ।

ସେପଟେ ପୃଥ୍ବୀ ସ କହିଛନ୍ତି ଯେ, ଏହି ଖବର ତାଙ୍କୁ ମର୍ମାହତ କରିଛି । ପୃଥ୍ବୀ ସ ଭାରତ ପାଇଁ ୨ଟି ଟେଷ୍ଟ ଖେଳିଥିବା ବେଳେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୨୩୭ ରନ୍ କରିଛନ୍ତି । ଭାରତର ୧୯ ବର୍ଷରୁ କମ୍ ବିଶ୍ବକପ୍ ବିଜୟୀ ଦଳର ଅଧିନାୟକ ଥିଲେ ପୃଥ୍ବୀ ସ ।



from Prameya News7 https://ift.tt/2ynBxMz
ଡୋପ୍ ଟେଷ୍ଟରେ ଫେଲ୍ ହେଲେ ଏହି ଭାରତୀୟ କ୍ରିକେଟର, ୮ ମାସର ବ୍ୟାନ୍ ଲଗାଇଲା ବିସିସିଆଇ ଡୋପ୍ ଟେଷ୍ଟରେ ଫେଲ୍ ହେଲେ ଏହି ଭାରତୀୟ କ୍ରିକେଟର, ୮ ମାସର ବ୍ୟାନ୍ ଲଗାଇଲା ବିସିସିଆଇ Reviewed by SUBHENDU BARAL on July 30, 2019 Rating: 5

No comments:

Powered by Blogger.