ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲସ୍ ଫାଇନାଲ୍ ରେ ଭାରତର ପିଭି ସିନ୍ଧୁ

ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମହିଳା ସିଙ୍ଗଲ୍ ସ୍ ଫାଇନାଲ୍ ରେ  ଭାରତୀୟ ବ୍ୟାଡମିଣ୍ଟନ ତାରକା  ପିଭି ସିନ୍ଧୁ । ଚୀନର ପ୍ରତିଦ୍ବନ୍ଦି  ଚେନ୍  ୟୁଫିଙ୍କୁ ୨୧-୧୯ ଓ ୨୧-୧୦ରେ ପରାସ୍ତ କରି ସିନ୍ଧୁ ଫାଇନାଲରେ ପ୍ରବେଶ କରିଛନ୍ତି । ୪୬ ମିନିଟ ଯାଏଁ ଚାଲିଥିବା ଏହି ମୁକାବିଲାରେ ରିଓ ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ସିନ୍ଧୁଙ୍କ ପାଇଁ ପ୍ରଥମ ଗେମ୍  ଅଡୁଆ ଥିଲା । ମାତ୍ର ପରେ ସେ ଭଲ ଫର୍ମକୁ ଫେରିଥିଲେ ।

ସେ ୨୬ ମିନଟରେ ଖେଳକୁ ୨୧-୧୯ରେ ନିଜର ନାମ କରିଥିଲେ । ତେବେ ଦ୍ୱିତୀୟ ଗେମ୍ ରେ ଭଲ ପ୍ରଦର୍ଶନ କରି ଏହାକୁ ଜିତି ନେଇଥିଲେ । ଆଜି  ଫାଇନାଲ୍ ରେ ସିନ୍ଧୁ ଜାପାନର ଆକାନେ ୟାମାଗୁଚୀଙ୍କୁ ଭେଟିବେ । ୟାମାଗୁଚୀଙ୍କ ବିପକ୍ଷରେ ଅତୀତରେ ଭଲ ପ୍ରଦର୍ଶନ କରିଛନ୍ତି ସିନ୍ଧୁ । ଚଳିତ ବର୍ଷ ସିନ୍ଧୁ ପ୍ରଥମ ଥର ପାଇଁ କୌଣସି ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ଫାଇନାଲ୍ ରେ ପ୍ରବେଶ କରିଛନ୍ତି ….



from Prameya News7 https://ift.tt/30EjQoi
ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲସ୍ ଫାଇନାଲ୍ ରେ ଭାରତର ପିଭି ସିନ୍ଧୁ ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲସ୍ ଫାଇନାଲ୍ ରେ ଭାରତର ପିଭି ସିନ୍ଧୁ Reviewed by SUBHENDU BARAL on July 20, 2019 Rating: 5

No comments:

Powered by Blogger.