ବେଙ୍ଗାଲୁରୁ ୨୨/୭: କର୍ଣ୍ଣାଟକ ରାଜନୀତି ପାଇଁ ନିର୍ଣ୍ଣାୟକ ଦିନ । ଶାସକ ମେଣ୍ଟର ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଯୋଗୁଁ ସଙ୍କଟରେ ପଡିଥିବା କୁମାରସ୍ବାମୀ ସରକାର ଆଜି ଆସ୍ଥା ଭୋଟ୍ ର ସମ୍ମୁଖୀନ ହେବେ । ପରାଜୟରୁ ରକ୍ଷା ପାଇବା ଲାଗି ମେଣ୍ଟ ନେତାମାନଙ୍କ ସବୁ ଉଦ୍ୟମ ବିଫଳ ହୋଇଛି । ଏପରିକି କୁମାରସ୍ବାମୀ ବଦଳରେ କଂଗ୍ରେସ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାଲାଗି କୁମାରସ୍ବାମୀଙ୍କ ପ୍ରସ୍ତାବକୁ ମଧ୍ୟ ବିଦ୍ରୋହୀ ବିଧାୟକମାନେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ସେମାନେ ନିଜ ଇସ୍ତାଫା ଜିଦରେ ଅଟଳ ରହିଛନ୍ତି । ଏପଟେ ବାଚସ୍ପତି କେ.ଆର ରମେଶ କୁମାର ଆଲୋଚନାରେ ଆଉ ଅଧିକ ସମୟ ବରବାଦ ନ କରି ସୋମବାର ଆସ୍ଥା ପ୍ରସ୍ତାବ ଉପର ଭୋଟ୍ କ୍ରହଣ କରାଯିବ ବୋଲି ଘୋଷଣା କରିଥିବାରୁ କଂଗ୍ରେସ, ଜେଡିଏସ୍ ଓ ବିଜେପି ନିଜ ନିଜର ବିଧାୟକଙ୍କୁ ବାନ୍ଧି ରଖିବା ପ୍ରୟାସରେ ଅଛନ୍ତି। ଏଭଳି ପରିସ୍ଥିତିରେ ଦୁଇ ସ୍ବାଧୀନ ବିଧାୟକ ଏଚ୍ . ନାଗେଶ ଓ ଆର. ଶଙ୍କର ରବିବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସେମାନେ ଆଜି ଯେକୌଣସିମତେ ଶକ୍ତିପରୀକ୍ଷା କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ଆବେଦନ କରିଛନ୍ତି। ଏହା ଦ୍ବାରା ଦୁଇ ସପ୍ତାହ ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତାର ଅନ୍ତ ଘଟିବ ବୋଲି ସେମାନେ ଆବେଦନରେ ଉଲ୍ଲେଖ କରିଛନ୍ତି।
ଅପରପକ୍ଷରେ ଏକମାତ୍ର ବିଏସ୍ ପି ବିଧାୟକ ଘୋଷଣା କରିଛନ୍ତି ଯେ ସେ ଶକ୍ତି ପରୀକ୍ଷା ସମୟରେ ଉପସ୍ଥିତ ରହିବେ ନାହିଁ। ଦଳ ସୁପ୍ରିମୋ ମାୟାବତୀ ଏଥିପାଇଁ ନିର୍ଦେଶ ଦେଲେ ମଧ୍ୟ ଏହାକୁ ସେ ଅମାନ୍ୟ କରିବେ ବୋଲି କହିଛନ୍ତି। ଏଥିମଧ୍ୟରେ କଂଗ୍ରେସ ନେତା ସିଦ୍ଧରମୟାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଛି ଜେଡିଏସ। ଏହାଦ୍ବାରା ଯଦି ମେଣ୍ଟ ସରକାର ବଞ୍ଚିପାରିବ ସେ ଦିଗରେ କାର୍ଯ୍ୟ କରିବା ଲାଗି ପ୍ରସ୍ତାବ ଦେଇଛି। ତେବେ ମିଳିଥିବା ସୂଚନା ଅନୁସାରେ ସିଦ୍ଧରମୈୟା ଏହି ପ୍ରସ୍ତାବକୁ ଗ୍ରହଣ କରିନାହାନ୍ତି। ସେପଟେ ଅସନ୍ତୁଷ୍ଟ ବିଧାୟକମାନେ ସ୍ପଷ୍ଟ କରିଛନ୍ତି ଏହି ଦୁଇ ଘଟଣା ଶକ୍ତି ପରୀକ୍ଷା ପୂର୍ବରୁ ମେଣ୍ଟ ସରକାର ପ୍ରତି ବଡ଼ ଧକ୍କା ହୋଇଛି।ତେବେ ଆସ୍ଥା ଭୋଟ୍ ର ଅବ୍ୟବହିତ ପୂର୍ବରୁ ମୁମ୍ବଇ ହୋଟେଲରେ ଅବସ୍ଥାନ କରୁଥିବା ବିଦ୍ରୋହୀ ବିଧାୟକମାନେ ରଣହୁଙ୍କାର ଦେଇଛନ୍ତି। ସେମାନେ ଇସ୍ତଫା ପ୍ରତ୍ୟାହାର ନ କରି କଂଗ୍ରେସ-ଜେଡି(ଏସ୍ ) ମେଣ୍ଟ ସରକାରକୁ ପାନେ ଚଖାଇବେ ବୋଲି ଘୋଷଣା କରିଛନ୍ତି।
from Prameya News7 https://ift.tt/2LyrFbC
No comments: