ଓଡିଶାରେ ମେ’ ମାସରେ ୩.୧୫ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଗ କଲା ରିଲାଏନ୍ସ ଜିଓ : ଟ୍ରାଇ

ଭୁବନେଶ୍ବର ୨୩|୭: ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ୍ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ନିଜର ଉକ୍ରଷ୍ଟ ରେକର୍ଡକୁ ବଜାୟ ରଖି ୨୦୧୯ ମେ’ ମାସରେ ୩.୧୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଗ କରି ରାଜ୍ୟରେ ୩୦% ଗ୍ରାହକ ବଜାର ଅଂଶ ହାସଲ କରିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । 

ଜିଓ ପକ୍ଷରୁ ୨୦୧୯ ମେ’ରେ ସର୍ବାଧିକ ୩.୧୫ ଲକ୍ଷ ଗ୍ରାହକ ଯୋଗ କରାଯାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଥିବା ଭାରତୀ ଏୟାରଟେଲ୍ ଏହି ମାସରେ ମାତ୍ର ୨୩୪୫ ଗ୍ରାହକ ଯୋଗ କରିଛି । ଏହି ମାସରେ ଅନ୍ୟ ସବୁ ମୋବାଇଲ୍ ସେବା ପ୍ରଦାନକାରୀ ନିଜର ଗ୍ରାହକ ହରାଇଥିବା ବେଳେ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୧.୮୩ ଲକ୍ଷ ବୃଦ୍ଧି ଘଟିଥିବା ଟ୍ରାଇ ଉଲ୍ଳେଖ କରିଛି । ଏଠାରେ ଉଲ୍ଳେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଏହାର ସମ୍ପୂର୍ଣ୍ଣ ୪ଜି ନେଟ୍ୱର୍କ, ଅପହଂଚ ଇଲାକାଗୁଡ଼ିକରେ ଦ୍ରୁତ ଗତିରେ ୪ଜି ନେଟ୍ୱର୍କର ସଂପ୍ରସାରଣ ଏବଂ ବହୁଳ ଭାବରେ ଲୋକପ୍ରିୟ ସୁଲଭ ଜିଓଫୋନ୍ – ଇଣ୍ଡିଆ କା ସ୍ମାର୍ଟଫୋନ୍ ଜରିଆରେ ପ୍ରତି ମାସରେ ନିରନ୍ତର ଭାବେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଗ କରୁଛି ।

ଟ୍ରାଇ ପକ୍ଷରୁ ମେ’ ୨୦୧୯ର ଗ୍ରାହକ ତଥ୍ୟ ଜାରି ହେବା ସହିତ, ୨୦୧୯ର ପ୍ରଥମ ପାଂଚ ମାସରେ ରାଜ୍ୟରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ପାଖାପାଖି ୬ ଲକ୍ଷ ହ୍ରାସ ଘଟିଥିବା ଜଣାଯାଇଛି । ରିଲାଏନ୍ସ ଜିଓ ଏହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କରେ ଏହି ପାଂଚ ମାସରେ ୧୭.୨ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ ଯୋଗ କରିଥିବା ବେଳେ ଅନ୍ୟ ଅପରେଟରମାନଙ୍କ ମଧ୍ୟରେ, ଭୋଡାଫୋନ୍ ଆଇଡିଆ ୧୨.୩ ଲକ୍ଷ ଗ୍ରାହକ ହରାଇଛି ଏବଂ ଭାରତୀ ଏୟାରଟେଲ୍ ଏହି ଅବଧିରେ ୧୦.୬ ଲକ୍ଷ ମୋବାଇଲ୍ ଗ୍ରାହକ ହରାଇଛି । ଜିଓ ବ୍ୟତୀତ ବିଏସଏନଏଲ୍ ଅନ୍ୟତମ ଏକମାତ୍ର ଅପରେଟର ଭାବେ ପ୍ରଥମ ପାଂଚ ମାସରେ ଏହାର ଗ୍ରାହକ ସଂଖ୍ୟାରେ ପାଖାପାଖି ୨ ଲକ୍ଷ ନୂଆ ଗ୍ରାହକ ଯୋଗ କରିପାରିଛି ।

ସଦ୍ୟ ପ୍ରକାଶିତ ୨୦୧୯ ମେ’ ମାସ ପାଇଁ ଟ୍ରାଇ ଦ୍ୱାରା ଜାରି କରାଯାଇଥିବା ଗ୍ରାହକ ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ରିଲାଏନ୍ସ ଜିଓ ଭାରତୀ ଏୟାରଟେଲ୍କୁ ପଛରେ ପକାଇ ଗ୍ରାହକ ସଂଖ୍ୟାରେ ଦେଶର ଦ୍ୱିତୀୟ ବୃହତ ମୋବାଇଲ୍ ସେବା ପ୍ରଦାନକାରୀ ହୋଇପାରିଛି । ୨୦୧୯ ମେ’ ୩୧ ସୁଦ୍ଧା ଦେଶରେ ଜିଓର ଗ୍ରାହକ ବଜାର ଅଂଶ ୨୭.୮%କୁ ବୃଦ୍ଧି ପାଇବା ସହ ଜିଓର ମୋଟ ଗ୍ରାହକ ସଂଖ୍ୟା ୩୨.୨୯ କୋଟିରେ ପହଂଚିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।ଏହି ତଥ୍ୟ ଅନୁଯାୟୀ, ମେ’ ମାସରେ ଜିଓ ସାରା ଦେଶରେ ସର୍ବାଧିକ ୮୧.୮ ଲକ୍ଷରୁ ଅଧିକ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ ଭୋଡାଫୋନ୍ ଆଇଡିଆ ଏହି ମାସରେ ପାଖାପାଖି ୫୭ ଲକ୍ଷ ଗ୍ରାହକ ହରାଇଛି ଏବଂ ଏହା ପଛକୁ ଭାରତୀ ଏୟାରଟେଲ୍ ସମାନ ଅବଧିରେ ୧୫ ଲକ୍ଷ ଗ୍ରାହକଙ୍କୁ ହରାଇଛି । ଜିଓ ବ୍ୟତୀତ ଏହି ମାସରେ ବିଏସଏନଏଲ୍ ସ୍ୱଳ୍ପ ପରିମାଣର ମାତ୍ର ୨୧୨୫ ନୂଆ ଗ୍ରାହକ ଯୋଗ କରିଥିବା ବେଳେ ଅନ୍ୟ ସମସ୍ତ ମୋବାଇଲ୍ ଅପରେଟରଙ୍କ ଗ୍ରାହକ ସଂଖ୍ୟାରେ ହ୍ରାସ ଘଟି ସାମଗ୍ରିକ ଭାବେ ଦେଶରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟଶରେ ୪.୩୮ ଲକ୍ଷ ହ୍ରାସ ଘଟିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ମାର୍ଚ ସୁଦ୍ଧା ଶେଷ ହୋଇଥିବା ତ୍ରୟମାସ ପାଇଁ ଟ୍ରାଇ ପକ୍ଷରୁ ମୋବାଇଲ୍ ସେବା କ୍ଷେତ୍ର ପାଇଁ ଜାରି କରାଯାଇଥିବା ଆର୍ଥିକ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କରିଥିବା ରିଲାଏନ୍ସ ଜିଓ ମୋଟ ରାଜସ୍ୱରେ ଅନ୍ୟ ସେବା ପ୍ରଦାନକାରୀମାନଙ୍କୁ ପଛରେ ପକାଇ ରାଜ୍ୟରେ ସର୍ବାଧିକ ୪୨.୪% ବଜାର ଅଂଶ ସହ ମୋଟ ରାଜସ୍ୱରେ ବଜାରରେ ଅଗ୍ରଣୀ ଭାବେ ନିଜର ଜୟଯାତ୍ରା ବଜାୟ ରଖିଛି । 



from Prameya News7 https://ift.tt/2JMya8J
ଓଡିଶାରେ ମେ’ ମାସରେ ୩.୧୫ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଗ କଲା ରିଲାଏନ୍ସ ଜିଓ : ଟ୍ରାଇ ଓଡିଶାରେ ମେ’ ମାସରେ ୩.୧୫ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଗ କଲା ରିଲାଏନ୍ସ ଜିଓ : ଟ୍ରାଇ Reviewed by SUBHENDU BARAL on July 22, 2019 Rating: 5

No comments:

Powered by Blogger.