ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ Rosalin Rath

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଅପେକ୍ଷା ଏଥର ୧୫ ଦିନ ବିଳମ୍ବରେ ବିଜ୍ଞାନ ପରୀକ୍ଷା ଫଳ ବାହାରୁଛି।

ସାଧାରଣ ନିର୍ବାଚନ, ଫୋନି ଓ ମୂଲ୍ୟାୟନକାରୀ ଅଭାବ, ରେଜଲ୍ଟ ବିଳମ୍ବର କାରଣ ବୋଲି ପରିଷଦ କହିଛି। ଚଳିତ ବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଜଣ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ ୯୯ହଜାର ୧୮ଜଣ ବିଜ୍ଞାନ ପରୀକ୍ଷା ଦେଇଛନ୍ତି।

ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱର ଜୟଦେବ ଭବନର ଗୀତ ଗୋବିନ୍ଦ ସଦନରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏହାପରେ ଛାତ୍ରଛାତ୍ରୀ www.chseodisha.nic.in ଓ http://bit.ly/1pMnV5n ୱେବସାଇଟ୍ ଜରିଆରେ ଫଳ ଜାଣିପାରିବେ।

ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କୁ ରେଜଲ୍ଟ ନେଇ ଆଶ୍ୱସ୍ତି ମିଳିଥିବା ବେଳେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ କେବେ ବାହାରିବ ତାକୁ ନେଇ ଛାତ୍ରଛାତ୍ରୀ ଶଙ୍କାରେ ଅଛନ୍ତି।



from OTV Khabar http://bit.ly/2Kl7JHC
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ Rosalin Rath ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ Rosalin Rath Reviewed by SUBHENDU BARAL on June 01, 2019 Rating: 5

No comments:

Powered by Blogger.