ସ୍ୱାମୀଙ୍କ ମଙ୍ଗଳ କାମନା କରି ମହିଳା‌ଙ୍କ ସାବିତ୍ରୀ ବ୍ରତ ପାଳନ Rajalaxmi Sahoo

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ବିବାହିତ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି।

ଏଥିପାଇଁ ସକାଳୁ ସକାଳୁ ମନ୍ଦିର ଗୁଡିକରେ ମହିଳାଙ୍କ ଭିଡ ଦେଖିବାକୁ ମିଳିଛି।  ନୂଆ ଶାଢୀ, ଚୁଡି, ସିନ୍ଦୂର ଓ ଫଳ ମୂଳ ଇତ୍ୟାଦି ଧରି ପୂଜାର୍ଚ୍ଚନା କରୁଛନ୍ତି ମହିଳାମାନେ। ସ୍ୱାମୀଙ୍କ ଦୀର୍ଘ ଆୟୁଷ ଓ ମଙ୍ଗଳକାମନା କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି।

ପୌରାଣିକ କଥା ଅନୁସାରେ, ଏହି ଦିନ ମହାସତି ସାବିତ୍ରୀ ପତିବ୍ରତା ନାରୀ ଭାବେ ଯମରାଜଙ୍କଠାରୁ ତାଙ୍କ ସ୍ୱାମୀଙ୍କ ଜୀବନ ଫେରାଇ ଆଣିଥିଲେ।  ସେହି ଦିନଠାରୁ ହିନ୍ଦୁ ସଧବା ମହିଳା ନିଜ ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରି ଆସୁଛନ୍ତି।



from OTV Khabar http://bit.ly/2wzXJlU
ସ୍ୱାମୀଙ୍କ ମଙ୍ଗଳ କାମନା କରି ମହିଳା‌ଙ୍କ ସାବିତ୍ରୀ ବ୍ରତ ପାଳନ Rajalaxmi Sahoo ସ୍ୱାମୀଙ୍କ ମଙ୍ଗଳ କାମନା କରି ମହିଳା‌ଙ୍କ ସାବିତ୍ରୀ ବ୍ରତ ପାଳନ Rajalaxmi Sahoo Reviewed by SUBHENDU BARAL on June 02, 2019 Rating: 5

No comments:

Powered by Blogger.