କଟକ: କଟକ ଯୋବ୍ରା ଥାନା ପଛପଟେ ଛୁରାମାଡ଼ରେ ଆହତ ହୋଇଥିବା ମାଟିଆ ମଙ୍ଗଳା ସାହିର ଅପରାଧୀ ତପନ ନାୟକଙ୍କର ମୃତ୍ୟୁ ହୋଇଛି।
ଯୋବ୍ରା ବ୍ୟାରେଜରେ ମାଛ ମରାକୁ ନେଇ ଶତ୍ରୁତାରୁ ତାକୁ ଛୁରାମାଡ଼ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଗୁରୁତ୍ତର ଅବସ୍ଥାରେ ତପନଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ତେବେ ମାଲଗୋଦାମ ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ତପନ ନାଁରେ ପୂର୍ବରୁ ଥାନାରେ ଅନେକ ମାମଲା ଥିଲା। ଗତ କିଛିଦିନ ତଳେ ଜାମିନରେ ଫେରିଥିଲେ।
from OTV Khabar. http://bit.ly/2wGJoUT
ଅପରାଧୀ ତପନଙ୍କ ମୃତ୍ୟୁ OTV KHABAR BUREAU
Reviewed by SUBHENDU BARAL
on
June 09, 2019
Rating:
No comments: