ବଲାଙ୍ଗିର: ବାହାରେ ଭଲ କାମ ମିଳିବ, ବେଶ ଦୁଇ ପଇସା ରୋଜଗାର ହେବ। କୁନି କୁନି ଦୁଇ ପିଲାଙ୍କ ମୁହଁରେ ହସ ଫୁଟିବ। ଏଇ ଆଶାରେ ଘର ଗୋଡ଼ କାଢିଥିଲେ ଭଜନ। ହେଲେ ଘରକୁ ଫେରିଲେ ଶବ ହୋଇ।
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବେଲପଡ଼ା ଥାନା ଲଥାକେନ୍ଦ ଗାଁର ଭଜନ କଟା । ପରିବାର ପୋଷଣ ଲାଗି ଭଜନ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ କାମ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ଗାଁରେ ପହ୍ୟଞ୍ଚିଛି ଭଜନଙ୍କ ମୃତଦେହ। ଗାଁରେ ଖେଳି ଯାଇଛି ଶୋକର ଲହରି । ମା ଓ ପତ୍ନୀଙ୍କ ବୁକୁଫଟା କାନ୍ଦରେ ଫାଟି ପଡିଥିଲା ଗାଁ। ବାପାଙ୍କ ନିର୍ଜୀବ ଦେହ ଓ ମା‘ର କାନ୍ଦ ଦେଖି କୁନି କୁନି ଛୁଆ ଦୁଇଟି ଯେମିତି ନିର୍ବାକ ହୋଇ ଯାଇଛନ୍ତି।
ଭଜନଙ୍କ ମୃତ୍ୟୁ ପରେ ତାଙ୍କ ମାଆ,, ସ୍ତ୍ରୀ ଓ ୨ କୁନି କୁନି ଶିଶୁ ବେସାହାରା ହୋଇପଡ଼ିଛନ୍ତି। ଏପରି ଦୁଃସ୍ଥିତିରେ କାମ ଯୋଗାଇଦେବାକୁ କହି ହାଇଦ୍ରାବାଦ ନେଇଥିବା ଦଲାଲର ଏବେ ଦେଖା ନାହିଁ। ଭଜନଙ୍କ ମୃତ୍ୟୁ ପରେ ଦଲାଲ କୌଣସି ପ୍ରକାର ସହଯୋଗ କରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଛି ବୋଲି ଭଜନଙ୍କ ମାଆ ଅଭିଯୋଗ କରିଛନ୍ତି ।
from OTV Khabar http://bit.ly/2W7yphA
No comments: