ମହାପ୍ରଭୁଙ୍କୁ ନେଇ ବେପାର! ରଥଯାତ୍ରାର ସିଧା ପ୍ରସାରଣ ନେଇ ବିବାଦ ଜୋର ଧରିଲା, ଆଜି ୪ଟା ସୁଦ୍ଧା ବିଡ୍ ପାଇଁ ଆବେଦନପତ୍ର ଦାଖଲ କରିବେ ଚ୍ୟାନେଲ Kanak News

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ଉପରେ କଟକଣା ଓ ନିଲାମି ପ୍ରକ୍ରିୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି ଚ୍ୟାନେଲ ଗୁଡିକ ରଥଯାତ୍ରାକୁ ପ୍ରସାରଣ କରି ପ୍ରଚୁର ପରିମାଣରେ ଆୟ କରୁଛନ୍ତି । କିନ୍ତୁ ଏହି ଆୟରୁ କୌଣସି ଅର୍ଥ ମହାପ୍ରଭୁଙ୍କୁ ଦେଉନାହାଁନ୍ତି । ସେଥିପାଇଁ ଏହି ବ୍ୟବସ୍ଥା କରାଯାଉଛି । ତେବେ ଚୂଡାନ୍ତ ନିଷ୍ପତି ନିଆଯାଇ ନାହିଁ । ବିଡିଂ ଆସିଲା ପରେ ନିଷ୍ପତି ନିଆଯିବ । ଅନ୍ୟପଟେ ସେବାୟତ କହିଛନ୍ତି ଏହା ମନ୍ଦିର ପ୍ରଶାସନର କ୍ଷମତା ପରିସରର୍ଭୁକ୍ତ । କିନ୍ତୁ ଜଗନ୍ନାଥଙ୍କ ରଥଯାତ୍ରାର ପ୍ରଚାର ପ୍ରସାର ଅଧିକରୁ ଅଧିକ ହେବା ଆବଶ୍ୟକ ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧାସଳଖ ଟିଭି ପ୍ରସାରଣ ଉପରେ ଏକ ବଡ଼ଧରଣର କଟକଣା ଲଗାଇବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ରଥଯାତ୍ରାର ସିଧା ପ୍ରସାରଣ କରିବାକୁ ହେଲେ ଟେଲିଭିଜନ ଚ୍ୟାନେଲ ଗୁଡିକୁ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଉଥିବା ଟେଣ୍ଡର ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ନୋଟିସ୍ କରାଯାଇଛି । ଆଜି ଦିନ ୪ଟା ସୁଦ୍ଧା ବିଡ୍ ପାଇଁ ଆବେଦନପତ୍ର ଦାଖଲ କରିବେ ଚ୍ୟାନେଲ, ତେବେ ମନ୍ଦିର ବାହାରେ ଘଟୁଥିବା ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ କେଉଁ ଅଧିକାରରେ ପ୍ରଶାସନ ନିଲାମ କରିବେ ଏବଂ ସିଧାପ୍ରସାରଣ ଉପରେ ରୋକ ଲଗାଇବେ ତାକୁ ନେଇ ସୃଷ୍ଟି ହୋଇଛି ବିତର୍କ ।
from Kanak News http://bit.ly/2KANOEK http://bit.ly/2R1XKbv

No comments: