
କନକ ବ୍ୟୁରୋ : ନିର୍ବାଚନ ସରିଲା । ସରକାର ଗଠନ ହୋଇସାରିଲା । ତେବେ କେନ୍ଦ୍ରରେ ମନ୍ତ୍ରୀମଣ୍ଡଳର ଶପଥ ପାଠ ଉତ୍ସବ ମଧ୍ୟ ସରିଛି । ତେବେ ବର୍ତମାନ ଲୋକସଭାରେ ବାଚସ୍ପତି ଆସନ କିଏ ଅଳଙ୍କୃତ କରିବା ତାହାକୁ ନେଇ ଚାଲିଛି ଅଙ୍କକଷା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଲୋକସଭା ବାଚସ୍ପତି ପାଇଁ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱ ପ୍ରାର୍ଥୀଙ୍କ ନାମ ପାଇଁ ବିଚାର ଚାଲିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ବ୍ୟତୀତ ରାଧାମୋହନ ସିଂହ ଓ ବୀରେନ୍ଦ୍ର କୁମାର ସହିତ ପାର୍ଟିର କିଛି ବରିଷ୍ଠ ଏହି ପଦ ପାଇଁ ଆଶା ରଖିଥିବା ନେଇ ଚର୍ଚ୍ଚା ଜୋରଧରିଛି ।
from Kanak News http://bit.ly/2JUMrkO http://bit.ly/2YZ6EJQ
ଲୋକସଭା ବାଚସ୍ପତି ହୋଇପାରନ୍ତି ମେନକା ଗାନ୍ଧୀ ! Kanak News
Reviewed by SUBHENDU BARAL
on
June 03, 2019
Rating:
No comments: