
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ରବିବାର ବିଜେପୁର ଆସନରୁ ଇସ୍ତଫା ଦେବା ପରେ ବିଜେପୁର ପୁଣି ଥରେ ଉପନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଏହି ଆସନରୁ ଇସ୍ତଫା ଦେବା ପୂର୍ବରୁ ବିଜେପୁରବାସୀଙ୍କ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଅଧିକାଂଶ ପ୍ରକଳ୍ପ ୨ବର୍ଷ ଭିତରେ ସାରିବାକୁ ଟାର୍ଗେଟ ଦିଆଯାଇଛି। ବିଜେପୁର ଆସନରେ ନଥିଲେ ହେଁ ମୁଖ୍ୟମନ୍ତ୍ରୀ ଖୋଦ୍ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ବ୍ୟକ୍ତିଗତ ଭାବେ ସମୀକ୍ଷା କରିବେ ବୋଲି କହି ସାରିଛନ୍ତି। ଯଦ୍ବାରା ପ୍ରଶାସନିକ ସ୍ତରରେ ପ୍ରକଳ୍ପଗୁଡ଼ିକୁ ଆଗେଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ପ୍ୟାକେଜରେ ଗାଇସିଲାଟ୍, ବିଜେପୁର ଏବଂ ବରପାଲିବାସୀଙ୍କ ପାଇଁ ମେଗା ପ୍ରକଳ୍ପ ସ୍ଥାନ ପାଇଛି। ଏହି ଆସନରୁ ପ୍ରତିନିଧିତ୍ବ କରୁନଥିଲେ ହେଁ ବିଜେପୁରର ବିକାଶ ତାଙ୍କ ତତ୍ବାବଧାନରେ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ବାର୍ତା ଦେଇଛନ୍ତି।

from Kanak News http://bit.ly/2JSmOkC http://bit.ly/2Mlb9g7
No comments: