ଭୁବନେଶ୍ବର ୨/୬: ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଫଳ । କାଲି ମଧ୍ୟାହ୍ନ ୧୨ଟାରେ ଗୀତଗୋବିନ୍ଦ ଭବନରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଏଥର ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷା ଦେଇଛନ୍ତି ।
ଚଳିତବର୍ଷ ଯଦିଓ ପୂର୍ବବର୍ଷ ଗୁଡ଼ିକ ତୁଳନାରେ ବିଳମ୍ବରେ ରେଜଲ୍ଟ ପ୍ରକାଶ ପାଉଛି ଏଥର ଯେପରି ତ୍ରୁଟି ନରହେ ସେଥିପ୍ରତି କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି କରିଛନ୍ତି । ଚଳିତବର୍ଷ ସାଧାରଣ ନିର୍ବାଚନ ପ୍ରକ୍ରିୟା, ବାତ୍ୟାର ପ୍ରଭାବ ଯୋଗୁଁ ଫଳ ପ୍ରକାଶରେ ବିଳମ୍ବ ହେଲା ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ହେଲେ ଜୁନ୍ ଦ୍ବିତୀୟ ସପ୍ତାହରେ +୨ କଳା, ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।
ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ http://bit.ly/1pMnV5n ଓ www.chseodisha.nic.in ୱବସାଇଟରେ ଦିନ ୧୨ଟା ପରଠାରୁ ରେଜଲ୍ଟ ଦେଖିପାରିବେ । ସେହିପରି ୬ ତାରିଖ ଦିନ ଠାରୁ ଆରମ୍ଭ ହେବ ନାମ ଲେଖାର ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ WWW.SAMSODISHA.GOV.IN ମାଧ୍ୟମରେ ଆବେଦନ କରିପାରିବେ । ୨୦ ତାରିଖ ଆବେଦନର ଶେଷ ତାରିଖ । ଜୁନ୍ ୨୬ରେ ପ୍ରଥମ ମେରିଟ ଲିଷ୍ଟ ଓ ଜୁଲାଇ ୮ରେ ଦ୍ବିତୀୟ ମେରିଟ ଲିଷ୍ଟ ବାହାରିବ । ଜୁଲାଇ ୨୪ରୁ କଲେଜରେ ପାଠପଢ଼ା ହେବ।
from News7 http://bit.ly/2KkCiNI
No comments: