ଭୁବନେଶ୍ବର ଉପକଣ୍ଠରେ ଯୁବକଙ୍କୁ ନିର୍ମମ ହତ୍ୟା, କ୍ୟାମେରାରେ କଏଦ ହେଲା ହତ୍ୟାକାଣ୍ଡର ଲୋମଟାଙ୍କୁରା ଦୃଶ୍ୟ

ଭୁବନେଶ୍ବର ୮|୬: ଭୁବନେଶ୍ବର ଉପକଣ୍ଠରେ  ଯୁବକଙ୍କୁ ବୀଭତ୍ସ ହତ୍ୟା । କ୍ୟାମେରାରେ କଏଦ ହୋଇଛି ହତ୍ୟାର ଦୃଶ୍ୟ । ଦିନରେ ହତ୍ୟା କରି ଅଭିଯୁକ୍ତବେଶ ଆରାମରେ ଚାଲି ଯାଉଛି । ଏସବୁ ଦୃଶ୍ୟକୁ କ୍ୟାମେରାରେ ସୁଂଟିଂ ହୋଇଛି । ହେଲେ ସବଠୁ ଆଶ୍ଚର୍ଯ୍ୟ କେହି ବି ପୋଲିସକୁ ସୂଚନା ଦେଉନାହାନ୍ତି । ବାଲିଅନ୍ତା ଥାନା ଅଟଳା ସ୍ଥିତ ପଞ୍ଚମୁଖୀ ଆପାର୍ଟମେଣ୍ଟ ଗେଟ୍ ଆଗରେ ଅପରାହ୍ନ ୫ଟା ବେଳେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣି ହତ୍ୟା କରିବା ପରେ ଆଖି ତାଡି ଦେଇଛି ଅଭିଯୁକ୍ତ । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଲକ୍ଷ୍ମୀସାଗର ଥାନା ଶବର ସାହିର ପ୍ରୀତମ ରାଉତରାୟ । ପୋଲିସ ମୃତଦେହ ଜବତ କରିଛି ।

ତେବେ ସବୁଠୁ ବଡକଥା ହତ୍ୟାକାଣ୍ଡକୁ ଚାରିପଟେ ଲୋକେ ଠିଆ ହୋଇ ଦେଖୁଥିଲେ, ହେଲେ ସମସ୍ତେ ନୀରବଦ୍ରଷ୍ଟା ସାଜିଥିଲେ । ପ୍ରାଣ ହରାଇଥିବା ବ୍ୟକ୍ତି ପ୍ରୀତମ ଜଣେ ବଙ୍ଗୀୟ ଯୁବକ ସହ ମିଶି ଏକ ମସାଜ ସେଣ୍ଟର କରିଥିଲେ ।  ଗତକାଲି ଅପରାହ୍ନରେ ଏହି ଦୁଇ ଜଣ ଏକ ବାଇକରେ ଅଟଳଗଡା ପହଞ୍ଚିଥିଲେ । ସେଠାରେ କୌଣସି କଥାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏହାପରେ ଦୁଇଜଣ ଯାଇଥିଲେ ପଞ୍ଚମୁଖୀ ଆପାର୍ଟମେଣ୍ଟ ପାଖକୁ । ସେଠାରେ ବଙ୍ଗୀୟ ଯୁବକ ଜଣକ ପ୍ରୀତମଙ୍କୁ ଅଚାନକ ଖଣ୍ଡାରେ ଆକ୍ରମଣ କରିଥିଲେ । ପ୍ରୀତମ ଭୟରେ ଧାଇଁଥିଲେ ବି ବଙ୍ଗୀୟ ଯୁବକ ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ବାଟରେ ଯାଉଥିବା ଲୋକେ ହତ୍ୟାକାଣ୍ଡ ଦେଖୁଥିଲେ । ପାଖରେ ଥିବା ଅନ୍ୟ ଏକ ଆପାର୍ଟମେଣ୍ଟରେ ଅନେକ ଶ୍ରମିକ କାମ କରଥିଲେ ।

ଏପଟେ ପଞ୍ଚମୁଖୀ ଆପାର୍ଟମେଣ୍ଟ ଉପରେ ଠିଆ ହୋଇ ଜଣେ ଲୋକ ହତ୍ୟାକାଣ୍ଡର ଭିଡିଓ ସୁଟିଂ କରୁଥିଲେ । ହେଲେ କେହି ବି ପୋଲିସକୁ ଫୋନ କରି ନଥିଲେ । ପ୍ରୀତମକୁ ହତ୍ୟା କରୁଥିବା ସ୍ଥାନଠୁ ମାତ୍ର ୨୦ଫୁଟ ଦୁରରେ ସିକ୍ୟୁରିଟି ଗାର୍ଡ ଠିଆ ହୋଇଥିଲେ । ହତ୍ୟା କରିବା ପରେ ଅଭିଯୁକ୍ତ ଖଣ୍ଡାକୁ ଏକ ଗାମୁଛାରେ ଗୁଡା ବେଶ ଆରାମରେ ଖସି ଯାଇଥିଲା । କିଛି ସମୟ ପରେ ସୂଚନା ପାଇ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା। କ୍ୟାମେରା ଦୃଶ୍ୟ ଆଧାରରେ ପୋଲିସ ଏବେ ତଦନ୍ତ କରୁଛି ।



from News7 http://bit.ly/2wOfnlP
ଭୁବନେଶ୍ବର ଉପକଣ୍ଠରେ ଯୁବକଙ୍କୁ ନିର୍ମମ ହତ୍ୟା, କ୍ୟାମେରାରେ କଏଦ ହେଲା ହତ୍ୟାକାଣ୍ଡର ଲୋମଟାଙ୍କୁରା ଦୃଶ୍ୟ ଭୁବନେଶ୍ବର ଉପକଣ୍ଠରେ ଯୁବକଙ୍କୁ ନିର୍ମମ ହତ୍ୟା, କ୍ୟାମେରାରେ କଏଦ ହେଲା ହତ୍ୟାକାଣ୍ଡର ଲୋମଟାଙ୍କୁରା ଦୃଶ୍ୟ Reviewed by SUBHENDU BARAL on June 07, 2019 Rating: 5

No comments:

Powered by Blogger.