ହସ୍ପିଟାଲ ପାଇଖାନା ପ୍ୟାନ ଭିତରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଜଗତସିଂହପୁର ୧୦/୬ : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଏକ ପାଇଖାନା ଭିତରୁ ଏକ ନବଜାତ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଶିଶୁଟିର କୌଣସି ପରିଚୟ ମିଳିପାରି ନାହିଁ । ଆଜି ସକାଳୁ ପ୍ରସୂତି ବିଭାଗ ନିକଟରେ ଥିବା ଏହି ପାଇଖାନା ପ୍ୟାନ ଭିତରେ ଏକ ଶିଶୁର ମୃତଦେହ ପଡିଥିବାର ଅନ୍ୟ ରୋଗୀମାନେ ଦେଖି ବାହାରେ ଆସି କହିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ର କର୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଭିତରୁ ଶିଶୁଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ତାର ମୃତ୍ୟୁ ହୋଇ ଯାଇଥିବାର ଜଣା ପଡିଥିଲା । ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆସିବା ପରେ ଘଟଣାର ତଦନ୍ତ ହେବ ବୋଲି ସ୍ୱାସ୍ଥ୍ୟ କେନ୍ଦ୍ର କର୍ତୃପକ୍ଷ କହିଛନ୍ତି ।



from News7 http://bit.ly/2EZpPM0
ହସ୍ପିଟାଲ ପାଇଖାନା ପ୍ୟାନ ଭିତରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର ହସ୍ପିଟାଲ ପାଇଖାନା ପ୍ୟାନ ଭିତରୁ ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର Reviewed by SUBHENDU BARAL on June 09, 2019 Rating: 5

No comments:

Powered by Blogger.