ସଚିବାଳୟର ସେଇ ଲକି ଚେୟାର ଓ ନବୀନ… Rajalaxmi Sahoo

ଭୁବନେଶ୍ୱର: ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଗାଦି ଦଖଲ ପଛରେ କାରଣ ଯାହା ଥାଉନା କାହିଁକି, ସଚିବାଳୟରେ ନିଜ ଅଫିସରେ ସେ ଯେଉଁ ଚେୟାରେ ବସୁଛନ୍ତି ସେହି ଚେୟାର୍ କିନ୍ତୁ ତାଙ୍କ ପାଇଁ ଲକି ଚେୟାର।  ଏକଥା ଆମେ କହୁନୁ, ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି।

ସେ ଯେଉଁ ସଫଳତା ପାଇଛନ୍ତି, ସେଥିପାଇଁ ସେ ତାଙ୍କ ଚୌକିକୁ ଲକି ଚେୟାର୍ ବୋଲି କହିଛନ୍ତି। ଗତକାଲି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ସଚିବାଳୟରେ ନିଜର ପ୍ରକୋଷ୍ଠକୁ ଯାଇଥିଲେ ନବୀନ। ପ୍ରକୋଷ୍ଠରେ ପହଞ୍ଚିବା ପରେ ତାଙ୍କର ଦୁଇ ଜଣ ବ୍ୟକ୍ତିଗତ ସହାୟକ ମୁଖ୍ୟମନ୍ତ୍ରୀ ବସୁଥିବା ପୁରୁଣା ଚେୟାରରେ ବସାଇଥିଲେ। ଚେୟାରେ ବସିବାବେଳେ ଏହାକୁ ଲକି ଚେୟାର୍ ବୋଲି ନବୀନ କହୁଥିବା ଶୁଣିବାକୁ ମିଳିଥିଲା।

କୁହାଯାଉଛି ଯେ, ଯେଉଁଦିନଠୁ ନବୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସେହିଦିନଠୁ ଏହି ଚେୟାରରେ ସେ ବସୁଛନ୍ତି। ଏହା ତାଙ୍କର ପୁରୁଣା ଚେୟାର୍ ବୋଲି ଚର୍ଚ୍ଚା ହେଉଛି। ସେହି ଚେୟାର୍‌ରେ ବସି ଗତକାଲିଠୁ ନବୀନ ତାଙ୍କର କାର୍ଯ୍ୟ ଆରମ୍ଭ କରିଛନ୍ତି।



from OTV Khabar http://bit.ly/2YWkMU0
ସଚିବାଳୟର ସେଇ ଲକି ଚେୟାର ଓ ନବୀନ… Rajalaxmi Sahoo ସଚିବାଳୟର ସେଇ ଲକି ଚେୟାର ଓ ନବୀନ… Rajalaxmi Sahoo Reviewed by SUBHENDU BARAL on May 30, 2019 Rating: 5

No comments:

Powered by Blogger.