ଦିନରେ ଦେଇ ରାତିରେ ନେଇଗଲେ ମନ୍ତ୍ରିପଦ Rajalaxmi Sahoo

ଭୁବନେଶ୍ୱର: ରାଜ୍ୟରେ ମନ୍ତ୍ରିପଦ ବଣ୍ଟନରେ ଗୁରୁତର ତ୍ରୁଟି ସାମ୍‌ନାକୁ ଆସିଛି। ଜଣେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀଙ୍କୁ ଗୃହ ରାଷ୍ଟ୍ର ବିଭାଗ ଦାୟିତ୍ୱ ଦେବା ଏବଂ ପରବର୍ତ୍ତୀ ସମୟରେ ତ୍ରୁଟି ସୁଧାରିବା ପଛରେ ସରକାରଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଛି।

ଗତକାଲି କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଇସ୍ପାତ, ଖଣି ଓ ପୂର୍ତ୍ତବିଭାଗ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ପଦ ଦିଆଯାଇଥିଲା।

ତେବେ ନିୟମ ଅନୁଯାୟୀ, ଜଣେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀଙ୍କୁ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇ ପାରିବ ନାହିଁ।  ଅଥଚ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ଦାୟିତ୍ୱ ପାଇଥିବା କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୃହ ରାଷ୍ଟ୍ର ମନ୍ତ୍ରୀ ପଦ ଦିଆଯାଇଥିଲା। ଅବଶ୍ୟ ଭୁଲ ବୁଝିପାରି ରାତିରେ ପୁଣି ଏହାକୁ ପରିବର୍ତ୍ତନ କରାଯାଇଥିଲା।  ପୂର୍ବରୁ ୩ଟି ବିଭାଗର ମନ୍ତ୍ରୀ ପଦ ପାଇଥିବା ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ତରବରିଆ ଭାବେ ଗୃହ ରାଷ୍ଟ୍ର ମନ୍ତ୍ରୀ ପଦ ଦିଆଯାଇଥିଲା। ତେବେ ଏଭଳି ଗୁରୁତର ଭୁଲ୍ କରାଯାଇଥିଲା କାହିଁକି ? ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପଛରେ କିଏ ? ସଂସଦୀୟ ବ୍ୟାପାର ନା ଅନ୍ୟ କେହି ବରିଷ୍ଠ ଅଫିସର ? ସେନେଇ ଏବେ ନାନା ପ୍ରଶ୍ନ ଉଠିଛି।



from OTV Khabar http://bit.ly/2I6TTWF
ଦିନରେ ଦେଇ ରାତିରେ ନେଇଗଲେ ମନ୍ତ୍ରିପଦ Rajalaxmi Sahoo ଦିନରେ ଦେଇ ରାତିରେ ନେଇଗଲେ ମନ୍ତ୍ରିପଦ Rajalaxmi Sahoo Reviewed by SUBHENDU BARAL on May 30, 2019 Rating: 5

No comments:

Powered by Blogger.