ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି? ଆପଣାନ୍ତୁ ଏହିସବୁ ଘରୋଇ ଉପଚାର Rajalaxmi Sahoo

ଭୁବନେଶ୍ୱର: ଛୋଟବେଳେ ଆପଣ ସାଇକେଲ୍‌ ଶିଖିଲା ବେଳେ ହେଉ ବା ଖେଳିଲା ବେଳେ ପଡ଼ି ଯାଇ ଖଣ୍ଡିଆ ହୋଇଥିବେ ନିଶ୍ଚୟ। ତେବେ ଖଣ୍ଡିଆ ହୋଇ ଶରୀରରେ ଏହି ଦାଗ ରହିଲେ ଏହା ସୁନ୍ଦର ଦେଖାଯାଇନଥାଏ। ଫଳରେ ଆମେ ବିଭିନ୍ନ ଉପାୟ ମାଧ୍ୟମରେ ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ।

କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବା ସହ ଆହୁରି ଅନେକ ଚିକିତ୍ସା ମଧ୍ୟ କରାଇଥାନ୍ତି। କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ  ସବୁ ଲୋକ ଏପରି ଚିକିତ୍ସା କରିବାକୁ ସକ୍ଷମ ହୋଇ ପାରି ନ ଥାନ୍ତି।

ତେବେ ଜାଣନ୍ତୁ ସେହି ଖଣ୍ଡିଆକୁ ଘରୋଇ ଉପଚାରରେ କିପରି ଭଲ କରିପାରିବେ। ଯାହା ଖଣ୍ଡିଆ ଦ୍ୱାରା ହୋଇଥିବା ଦାଗ ଲିଭାଇଥାଏ।

ଚନ୍ଦନ…

ଯଦି ଆପଣଙ୍କ ଗୋଡ଼, ହାତ ବା ଅନ୍ୟ କୌଣସି ସ୍ଥାନରେ ଖଣ୍ଡିଆର ଦାଗ ରହିଛି ତା’ହାଲେ ଆପଣ ଚନ୍ଦନ ବ୍ୟବହାର କରି ସେହି ଦାଗକୁ ଲିଭାଇ ପାରିବେ।

ଏଥିପାଇଁ ଆପଣଙ୍କ ଗୋଟେ ଚାମଚ ଚନ୍ଦନ ପାଉଡର୍‌ ନେଇ ସେଥିରେ ଗୋଲାପ ଜଳ ଏବଂ କ୍ଷୀର ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାପରେ ଦାଗ ନଲିଭିବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏହି ପେଷ୍ଟକୁ ଖଣ୍ଡିଆ ହୋଇ ରହିଯାଇଥିବା ଦାଗ ଉପରେ ଲଗାନ୍ତୁ। କିଛି ଦିନ ଭିତରେ ଆପଣଙ୍କ ଦାଗ ଲିଭି ଯିବ।

ଲେମ୍ବୁ…

ଲେମ୍ବୁକୁ ବ୍ୟବହାର କରି ଆପଣ ଦାଗ ମଧ୍ୟ ଲିଭାଇ ପାରିବେ। ଲେମ୍ବୁରେ ଥିବା ଭିଟାମିନ୍‌ ଦାଗ ଲିଭାଇବାରେ ସାହାଯ୍ୟ କରିଥାଏ। ଏକ ଲେମ୍ବୁ ନେଇ ଦାଗ ଉପରେ ଘଷନ୍ତୁ। ପ୍ରତ୍ୟେକ ଦିନ କିଛି ସମୟ ପାଇଁ ଏପରି କଲେ ଧୀରେ ଧୀରେ ଦାଗ ଲିଭିଯାଏ।

ମହୁ…

ମହୁ ଆମ ଶରୀର ପାଇଁ ବହୁ ଉପକାରୀ ବୋଲି ସମସ୍ତେ ଜାଣନ୍ତି। ଏହା ସହ ଆମ ତ୍ୱଚାକୁ ମଧ୍ୟ ଏହା ବହୁତ ଫାଇଦା ଦେଇଥାଏ। ଏହା ତ୍ୱଚାରେ ଅନାବଶ୍ୟକ ବା ଡେଡ୍‌ ଟିସୁକୁ ବାହାର କରିବାରେ ସାହାଯ୍ୟ କରିଥାଏ।

ତେବେ ଆପଣ ମହୁକୁ ଖଣ୍ଡିଆ ପରେ ରହିଯାଇଥିବା ଦାଗ ଲିଭାଇବାରେ ବ୍ୟବହାର କରି ପାରିବେ। ପ୍ରତ୍ୟେକ ଦିନ ଆପଣ କିଛି ବୁନ୍ଦା ମହୁ ନେଇ ଦାଗ ଥିବା ସ୍ଥାନରେ ଲଗାନ୍ତୁ। କିଛି ଦିନ ପରେ ଦେଖିବେ ଦାଗ ଧୀରେ ଧୀରେ ଲିଭିବା ଆରମ୍ଭ କରିବ।

କାକୁଡ଼ି…

କାକୁଡ଼ି ମଧ୍ୟ ତ୍ୱଚା ଏବଂ ଶରୀର ପାଇଁ ବହୁ ଲାଭଦାୟକ। ଏହା ଦାଗ ଲିଭାଇବାରେ ସାହାଯ୍ୟ କରିଥାଏ।ଖଣ୍ଡିଆ ପରେ ରହିଯାଇଥିବା ଦାଗକୁ ଭଲ କରିବା ପାଇଁ ଆପଣ କାକୁଡ଼ି ପେଷ୍ଟ ଲଗାଇ ପାରିବେ କିମ୍ବା କାକୁଡ଼ିକୁ ଉକ୍ତ ସ୍ଥାନରେ ଘସି ମଧ୍ୟ ପାରିବେ।



from OTV Khabar http://bit.ly/2Mp9Bls
ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି? ଆପଣାନ୍ତୁ ଏହିସବୁ ଘରୋଇ ଉପଚାର Rajalaxmi Sahoo ଖଣ୍ଡିଆ ଭଲ ହେଲା ପରେ ଦାଗ ରହିଯାଇଛି କି? ଆପଣାନ୍ତୁ ଏହିସବୁ ଘରୋଇ ଉପଚାର Rajalaxmi Sahoo Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.