ଏବେ ସବୁ ଚାଷୀଙ୍କ ପାଇଁ ପିଏମ୍‌-କିଷାନ୍‌ ଯୋଜନା, ବର୍ଷକୁ ମିଳିବ ୬ ହଜାର ଟଙ୍କା Rajalaxmi Sahoo

ନୂଆଦିଲ୍ଲୀ: ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ସମସ୍ତ ଚାଷୀଙ୍କ ପାଇଁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ପିଏମ୍‌-କିଷାନ୍‌ ଯୋଜନାରେ ଆଉ ଜମି ପରିମାଣକୁ ନେଇ ରହିଥିବା କଟକଣା ରହିବ ନାହିଁ। ଏଥିରେ ପ୍ରାୟ ୧୫ କୋଟି ଚାଷୀ ପରିବାରକୁ ସିଧାସଳଖ ସହାୟତା ପହଞ୍ଚିବ ବୋଲି ଆକଳନ କରାଯାଉଛି।

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୩୫୦ ଆସନରେ ବିଜୟ ସହ ଗତକାଲି ଶପଥ ନେବାପରେ ଆଜି ପ୍ରଥମ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ତା’ର ଇସ୍ତାହାରରେ କହିଥିଲା ଯେ ଏହି ଯୋଜନାରେ ସମସ୍ତ ଚାଷୀଙ୍କୁ ସାମିଲ କରାଯିବ। ବିଶେଷ ସୂତ୍ରରୁ ଜଣାଯାଇଛି, ଏହି ପ୍ରସ୍ତାବ ଗତକାଲି ପାରିତ ହୋଇଛି।

ଅନ୍ତରୀଣ କାଳୀନ ବଜେଟ୍‌ରେ ହିଁ ୭୫ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି ବାବଦରେ ଘୋଷଣା କରାଯାଇଥିଲା। ଏଥିରେ ସରକାର ନିଷ୍ପତ୍ତି ନେଇଥିଲେ ୨ ହେକ୍ଟର ଯାଏ ଜମି ଥିବା ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କାର ସହାୟତା ଦିଆଯିବ। ତା ସହ ଏଥିରେ ୧୨ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କରାଯିବ ବୋଲି କୁହାଯାଇଥିଲା।

ବର୍ତ୍ତମାନ ସୁଦ୍ଧା ୩.୧୧ କୋଟି କ୍ଷୁଦ୍ର ଚାଷୀଙ୍କୁ ୨,୦୦୦ ଟଙ୍କା ମିଳି ସାରିଛି। ତେବେ ୨.୭୫ କୋଟି ଚାଷୀ ଦ୍ୱିତୀୟ କିସ୍ତି ପାଇସାରିଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।



from OTV Khabar http://bit.ly/2XhZjVp
ଏବେ ସବୁ ଚାଷୀଙ୍କ ପାଇଁ ପିଏମ୍‌-କିଷାନ୍‌ ଯୋଜନା, ବର୍ଷକୁ ମିଳିବ ୬ ହଜାର ଟଙ୍କା Rajalaxmi Sahoo ଏବେ ସବୁ ଚାଷୀଙ୍କ ପାଇଁ ପିଏମ୍‌-କିଷାନ୍‌ ଯୋଜନା, ବର୍ଷକୁ ମିଳିବ ୬ ହଜାର ଟଙ୍କା Rajalaxmi Sahoo Reviewed by SUBHENDU BARAL on May 31, 2019 Rating: 5

No comments:

Powered by Blogger.