ନୂଆଦିଲ୍ଲୀ: ଆଜିଠାରୁ ପୁଣି ଚାଲିବ ନମୋ ରାଜ୍ ୨। କେନ୍ଦ୍ରରେ ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ନରେନ୍ଦ୍ର ମୋଦି। ସଂଧ୍ୟା ୭ଟାରେ ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ପଦ ଓ ଗୋପନୀୟତାର ଶପଥ ନେବେ। ଏଥିପାଇଁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ଆୟୋଜନ କରାଯାଇଛି।
ସୂଚନା ଅନୁସାରେ, ଅତିଥିଙ୍କ ପାଇଁ ସ୍ନାକସ୍, ଡିନର୍ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ହାଇ ଟି, ଲେମନ୍ ଟାରଟ୍ସ୍, ସ୍ୟାଣ୍ଡୱିଚ୍, ସମୋସା(ସିଙ୍ଗଡ଼ା)ଠୁ ଆରମ୍ଭ କରି ରାଜ୍ଭୋଗ(ମିଠା) ପର୍ଯ୍ୟନ୍ତ ଅନେକ ଖାଦ୍ୟ ପରଷା ଯିବ।
ଖାଲି ଏତିକି ନୁହେଁ ଆମିଷ ଓ ନିରାମିଷଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଡିନର୍ ବା ରାତ୍ରି ଭୋଜନ ମେନ୍ୟୁରେ ସୁପ୍, ମାଛ ଓ ଚିକେନ୍ ଇତ୍ୟାଦି ରହିଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ରହିଛି ‘ଡାଲ୍ ରାଇସିନା’। ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୪୮ ଘଣ୍ଟା ସମୟ ଲାଗିଥାଏ। ଶପଥ ସମାରୋହ ପରେ ରାତି ୯ଟାରେ ଡିନର୍ ପରଷା ଯିବ ବୋଲି ଜଣାପଡ଼ିଛି।
ଖାଦ୍ୟ ପ୍ରସ୍ତୁତ କରିବାର ଦ୍ୱାୟିତ୍ୱ ରାଷ୍ଟ୍ରପତି ଭବନର ଖାସ୍ ରୋଷେୟାଙ୍କ ଉପରେ ନ୍ୟସ୍ତ କରାଯାଇଛି।
ଗତଥର ଭଳି ପ୍ରଧାନମନ୍ତ୍ରୀ ଏଥର ମଧ୍ୟ ବିଭିନ୍ନ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବକୁ ଦେଶ ବିଦେଶର ୬ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।
from OTV Khabar http://bit.ly/2XfAqJQ
No comments: