କାଠମାଣ୍ଡୁ ବିମାନବନ୍ଦରରେ ପହଞ୍ଚିଲା କଳ୍ପନାଙ୍କ ମୃତଦେହ OTV KHABAR BUREAU

ଭୁବନେଶ୍ୱର: ଏଭରେଷ୍ଟରୁ ଉଦ୍ଧାର ପରେ ପର୍ବତାରୋହି କଳ୍ପନା ଦାସଙ୍କ ମୃତଦେହ କାଠମାଣ୍ଡୁ ବିମାନବନ୍ଦରରେ ଆସି ପହଞ୍ଚିଛି।
ଏହାପରେ କାଠମାଣ୍ଡୁରୁ ଭୁବନେଶ୍ୱର ଅଣାଯିବ। ସଫଳତାର ସହ ଗତ ରାତିରେ କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟ ଶୃଙ୍ଗରୁ ବେସ୍ କ୍ୟାମ୍ପକୁ ଆଣିଥିଲେ ସେର୍ପା।

ଗତକାଲି ଅପରାହ୍ନ ଗୋଟାଏରେ କଳ୍ପନାଙ୍କ ମୃତଦେହ ଏଭରେଷ୍ଟ ଶୃଙ୍ଗରୁ ଉଦ୍ଧାର ହୋଇଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁ ଏହି କ୍ୟାମ୍ପକୁ ହେଲିକପ୍ଟର ଯାଇନପାରିନଥିଲା।

ସେର୍ପା ଟିମ୍ ଦ୍ୱାରା ସଫଳତାର ସହ ମୃତଦେହକୁ ତଳକୁ ଅଣାଯାଇଥିଲା। ଏହାପରେ ସରକାରୀ ବିଧି ପ୍ରକ୍ରିୟା ପରେ କାଠମାଣ୍ଡୁକୁ ମୃତଦେହ ଅଣାଯାଇଛି। କଳ୍ପନାଙ୍କ ମୃତଦେହକୁ ଆଣିବା ପାଇଁ କାଠମାଣ୍ଡୁରେ ପୂର୍ବରୁ ତାଙ୍କର ପରିବାର ଲୋକେ ଅପେକ୍ଷା କରିଛନ୍ତି।



from OTV Khabar http://bit.ly/2MiXJ4z
କାଠମାଣ୍ଡୁ ବିମାନବନ୍ଦରରେ ପହଞ୍ଚିଲା କଳ୍ପନାଙ୍କ ମୃତଦେହ OTV KHABAR BUREAU କାଠମାଣ୍ଡୁ ବିମାନବନ୍ଦରରେ ପହଞ୍ଚିଲା କଳ୍ପନାଙ୍କ ମୃତଦେହ OTV KHABAR BUREAU Reviewed by SUBHENDU BARAL on May 30, 2019 Rating: 5

No comments:

Powered by Blogger.