ବାତ୍ୟା ଗଲା ପରେ ରିଲିଫ୍ ପାଇଁ କ୍ୟାମ୍ପରେ ଭିଡ ଲଗାଇଛନ୍ତି ପ୍ରଭାବିତ । ସହାୟତା ପାଇଁ ଧାଡି ବାନ୍ଧିଛନ୍ତି ଲୋକେ, ଅନ୍ୟପଟେ ପ୍ରଶାସନର ଅବହେଳାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ବସ୍ତିବାସିନ୍ଦା Kanak News
କନକ ବ୍ୟୁରୋ : ବାତ୍ୟା ଫୋନି ଚାଲିଯାଇଛି ହେଲେ ଉଜାଡି ଦେଇଛି ସାଧାରଣ ଲୋକଙ୍କ ଜୀବନ ଜୀବିକା । ଉଜୁଡି ଯାଇଛି ବେଉସା । ବିଶେଷ କରି ଛୋଟ ଛୋଟ ଦୋକାନି, ବସ୍ତିବାସିନ୍ଦା ଓ ଚାଳ ଛପର ଓ ଆଜବେଷ୍ଟସ ଘରେ ରହୁଥିବା ଲୋକମାନେ ବେଘର ହୋଇଯାଇଛନ୍ତି । ଘରର ଛପର ଉଡିଯାଇଥିବାରୁ ବିଭିନ୍ନ ସ୍ଥାନରେ ପଲିଥିନ୍ ତଳେ ରହୁଛନ୍ତି । ଏହା ସହିତ ବିଦ୍ୟୁତ ସରବରାହ ବନ୍ଦ ଥିବାରୁ ବାଧାପ୍ରାପ୍ତ ହୋଇଛି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ତେଣୁ ପିଇବା ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି ବାତ୍ୟା ପ୍ରଭାବିତ । ସେପଟେ ପ୍ରଭାବିତଙ୍କୁ ରିଲିଫ ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି ସରକାର । ଏହି ସହାୟତା ପାଇବା ପାଇଁ ବିଭିନ୍ନ ରିଲିଫ କ୍ୟାମ୍ପରେ ଲୋକମାନେ ଏବେ ଧାଡି ଲଗାଇଛନ୍ତି ।
ବାତ୍ୟା ଫୋନି ଯୋଗୁ ପ୍ରଭାବିତ ହୋଇଥିବା ସାଲିଆ ସାହି ବସ୍ତିର ଲୋକମାନେ ବିଜୁ ପଟ୍ଟନାୟକ କଲେଜ କ୍ୟାମ୍ପସରେ ଭିଡ ଜମାଇଛନ୍ତି । ଅନ୍ୟପଟେ କେତେକ ସ୍ଥାନରେ ଲୋକଙ୍କ ନିକଟରେ ପ୍ରଶାସନ ପହଁଚି ନଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ଜୟଦେବବିହାର କଲେଜ ସମୁଖରେ ଧାରଣା ଦେବା ସହ ରାସ୍ତା ରୋକ୍ କରିଛନ୍ତି ସାଲିଆ ସାହି ବସ୍ତିବାସିନ୍ଦା । ସରକାରଙ୍କ ଘୋଷଣା ଅନୁଯାୟୀ ତୁରନ୍ତ ସେମାନଙ୍କୁ ରିଲିଫ୍ ଯୋଗାଇ ଦେବାକୁ ଦାବି କରିଛନ୍ତି ।
from Kanak News http://bit.ly/2JmGxIf http://bit.ly/2H6UDvK
No comments: