ଅନୁଗୁଳ ୧|୫: ଅନୁଗୋଳରେ କଳା ପଲସର ଆତଙ୍କ ଦେଖିବାକୁ ମିଳିଛି । ଆଜି ସକାଳୁ କଳା ପଲସରରେ ଆସି ସୁନା ଚେନ୍ ଲୁଟି ନେଇଛନ୍ତି ୩ ଦୁର୍ବୁତ୍ତ । ଗୋଡିବନ୍ଧ ହନୁମାନ ମନ୍ଦିର ନିକଟରେ ବନ୍ଧୁକ ମୁନରେ ଦୁର୍ବୃତ୍ତ ଲୁଟି ନେଇଛନ୍ତି ସୁନା ଚେନ୍ ।
ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଖମାର ରେଙ୍ଗାଳିମୁଣ୍ଡା ଗାଁର ଅନୀଲ ମହାକୁଡ଼ ଏବଂ ତାଙ୍କ ସ୍ତ୍ରୀ ଛବି ମହାକୁଡ଼ ଏକ ବାଇକରେ ତାଳଚେର ଅଭିମୁଖେ ଆସୁଥିବା ବେଳେ ୩ଜଣ ଦୁର୍ବୃତ୍ତ ସେମାନଙ୍କ ପିଛା କରିଥିଲେ। ଗୋଡିବନ୍ଧ ହନୁମାନ ମନ୍ଦିର ନିକଟରେ ଗାଡିର ଗତି ଧିର ହେବାରୁ ବନ୍ଧୁକ ଦେଖାଇ ସେମାନଙ୍କୁ ଭୟଭୀତ କରିଥିଲେ । ଏନେଇ ଗୋଡିବନ୍ଧ ଫାଣ୍ଡିରେ ଅଭିଯୋଗ କରିଛନ୍ତି ଦମ୍ପତ୍ତି । ତାଳଚେର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
from News7 http://bit.ly/2ZKLDUm
କଳା ପଲ୍ସର ଆତଙ୍କ, ବନ୍ଧୁକ ଦେଖାଇ ଦମ୍ପତ୍ତିଙ୍କଠାରୁ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
Reviewed by SUBHENDU BARAL
on
May 01, 2019
Rating:
No comments: