ମୋହାଲି ୧|୫: ଜଣେ ନବ ବିବାହିତାଙ୍କୁ ନିଶା ଦେଇ ସ୍ବାମୀ ସହ ଶ୍ବଶୁର ଓ ଦୁଇ ଜଣ ଦାଦାଶ୍ବଶୁର ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପ୍ରିଲ ୧୯ତାରିଖରେ ଏହି ଘଟଣା ଘଟିଛି । ପଞ୍ଜାବର ମୋହାଲି ଥାନା ଅନ୍ତର୍ଗତ ଏକ ଗାଁରେ ଏହି ଘଟଣା ଘଟିବା ପରେ ସଂପୃକ୍ତ ପୀଡିତାଙ୍କୁ ନଜରବନ୍ଦୀ କରି ରଖାଯାଇଥିଲା । ଘଟଣା ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦିଆଯିବା ସହ ଅକଥନୀୟ ଶାରିରୀକ ନିର୍ଯାତନା ଦିଆଯାଉଥିଲା ।
ଗତକାଲି ପୀଡିତା କୌଶଳକ୍ରମେ ସେଠାରୁ ଖସିଆସି ନିଜ ବାପଘରେ ପହଞ୍ଚିବା ସହ ମୋହାଲି ଥାନାରେ ଲିଖିତ ଅଭିଯୋଗ ଦାୟର କରିଛନ୍ତି । ମୋହାଲି ପୋଲିସ ପୀଡିତାଙ୍କ ସ୍ବାମୀ ଅମରଜିତ ସିଂହ, ଶ୍ବଶୁର ଅବତାର ସିଂହ, ଦୁଇ ଜଣ ଦାଦା ଶ୍ବଶୁର ଯଶପାଲ ସିଂହ ଏବଂ ଗୁରମୟଲ ସିଂହଙ୍କ ବିରୋଧରେ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତମାନଙ୍କ ଭିତରୁ ପୋଲିସ ଏଯାଏଁ କାହାକୁ ଗିରଫ କରିନାହାହିଁ ।
ପୀଡିତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ନବବିବାହିତ ସ୍ବାମୀ ଜଣେ ନିଶାଖୋର ବ୍ୟକ୍ତି । ସବୁବେଳେ ସେ ନିଶାରେ ଚୁର ହୋଇ ରହିଥାନ୍ତି । ଏହାର ସୁଯୋଗ ନେଇ ଶ୍ବଶୁର ଓ ଦାଦାଶ୍ବଶୁର ମାନେ ତାଙ୍କ ସ୍ବାମୀଙ୍କ ଉପରେ ଚାପ ପ୍ରୟୋଗକରି ଏଭଳି କାଣ୍ଡ ଭିଆଇଛନ୍ତି । ତାଙ୍କ ଅଜଣାନ୍ତରେ ଥଣ୍ଡାପାନୀୟରେ ନିଶା ମିଶ୍ରଣ କରି ତାଙ୍କୁ ପିଆଇଦିଆଯାଇଥିଲା । ସେ ସଜ୍ଞାହୀନ ଅବସ୍ଥାରେ ଥିବାବେଳେ ସ୍ବାମୀଙ୍କ ସହ ଶ୍ବଶୁର ଓ ଦୁଇ ଜଣ ଦାଦାଶ୍ବଶୁର ମିଳିତ ଭାବେ ତାଙ୍କୁ ଦୁଷ୍କର୍ମ କରିଥିଲେ ।
ଦୁଷ୍କର୍ମ ସମୟରେ ତାଙ୍କୁ ପ୍ରଚଣ୍ଡ ଶାରିରୀକ ନିର୍ଯାତନା ମଧ୍ୟ ଦିଆଯାଇଥିଲା । ସେ ପ୍ରକୃତିସ୍ଥ ହେବା ପରେ ଏହାକୁ ତୀବ୍ର ବିରୋଧ କରିଥିଲେ । ଫଳରେ ୪ଜଣ ଯାକ ମିଶି ତାଙ୍କୁ ନିସ୍ତୁକ ମାଡ ମାରିଥିବା ପୀଡିତା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏପ୍ରିଲ ୧୯ତାରିଖରୁ ଗତକାଲି ମଧ୍ୟରେ ପୀଡିତାଙ୍କ ସ୍ବାମୀ ତାଙ୍କୁ ପ୍ରତ୍ୟେକ ଦିନ ଭୀଷଣ ମାଜ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇ ଆସୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ମୋହାଲି ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରାଇବା ସହ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି । ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାବେଳେ ଗୁପ୍ତାଙ୍ଗରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇଛି ।
from News7 http://bit.ly/2ZKLtwe
No comments: