ସାମୁଦ୍ରିକ ବାତ୍ୟା ‘ଫନି’ର ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌ ଟିମ୍ ସଜାଗ

ଭୁବନେଶ୍ବର ୧|୫: ସାମୁଦ୍ରିକ ବାତ୍ୟା ‘ଫନି’ର ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଏନଡିଆରଏଫର ମୋଟ୍ ୨୮ଟି ଟିମକୁ ସଜାଗ ରଖାଯାଇଛି । ଓଡ଼ିଶାରେ ‘ଫନି’ ଲ୍ୟାଣ୍ଡଫଲ୍ କରିବା ଆଶଙ୍କା ଥିବାରୁ ଓଡ଼ିଶାରେ ଏହାର ପ୍ରଭାବ ସର୍ବାଧିକ ରହିବ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସବୁଠାରୁ ଅଧିକ ଟିମ୍ ଦିଆଯାଇଛି । ଏହା ପୂର୍ବରୁ ଓଡ଼ିଶାକୁ ଅଧିକ ଏନଡିଆରଏଫ ଟିମ୍ ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଅନୁରୋଧ କରିଥିଲେ ।

ଅନ୍ୟପକ୍ଷରେ ଆନ୍ଧ୍ରକୁ ୮ଟି ଓ ପଶ୍ଚିମବଙ୍ଗକୁ ୫ଟି ଟିମ୍ ପ୍ରଦାନ କରାଯାଇଛି । ଏହାଛଡା କେନ୍ଦ୍ର ସରକାର ମୋଟ୍ ୨୩ଟି ଅତିରିକ୍ତ ଏନଡିଆରଏଫ ଟିମକୁ ସଜାଗ ରଖିଛନ୍ତି । ଏହାମଧ୍ୟରୁ ଆନ୍ଧ୍ରରେ ୧୩ଟି ଓ ପଶ୍ଚିମବଙ୍ଗରେ ୧୦ଟି ଟିମ୍ ରହିଛନ୍ତି । ଆବଶ୍ୟକ ପଡିଲେ ଏହି ଟିମଗୁଡ଼ିକୁ ଓଡ଼ିଶା ପଠାଯାଇପାରେ ।

ଅନ୍ୟପଟେ ବାତ୍ୟା ବିପର୍ଯ୍ୟୟର ମୁକାବିଲା ଲାଗି ଭାରତୀୟ ନୌସେନା ପ୍ରସ୍ତୁତ ହୋଇ ରହିଛି । ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । କେନ୍ଦ୍ରକୁ ୨ଟି ହେଲିକାପ୍ଟର ମଗାଯାଇଛି । ଏନଡିଆରଏଫର ଅତିରିକ୍ତ ଟିମ୍ ପଠାଇବା ଲାଗି ମଧ୍ୟ ଅନୁରୋଧ କରାଯାଇଛି ।



from News7 http://bit.ly/2UNaoeY
ସାମୁଦ୍ରିକ ବାତ୍ୟା ‘ଫନି’ର ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌ ଟିମ୍ ସଜାଗ ସାମୁଦ୍ରିକ ବାତ୍ୟା ‘ଫନି’ର ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌ ଟିମ୍ ସଜାଗ Reviewed by SUBHENDU BARAL on May 01, 2019 Rating: 5

No comments:

Powered by Blogger.