ଫୋନିରେ ଭିଜିଲେ ଶ୍ରୀଜିଉ !

ପୁରୀ ୬।୫: ବାତ୍ୟା ଫୋନି ଯୋଗୁଁ ପୁରୀ ଶ୍ରୀମନ୍ଦିରର ଜଗମୋହନରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। ତେବେ ଏ ସମ୍ପର୍କରେ ଅଧିକ ଯାଞ୍ଚ ପରେ ଯାଇ ସବୁ କଥା ସ୍ପଷ୍ଟ ହେବ। ତେବେ କିଛି ସେବାୟତଙ୍କ କଥାକୁ ଯଦି ବିଶ୍ବାସକୁ ନିଆଯାଏ ତାହେଲେ ଜଗମୋହନରେ ଫାଟଯୋଗୁଁ ଗତ ୩ ତାରିଖ ଦିନ ଫୋନି ଲ୍ୟାଣ୍ଡଫଲ କରିବା ପରେ ବର୍ଷା ବେଳେ ମନ୍ଦିରର ଗର୍ଭଗୃହ ଭିତରକୁ ପାଣି ପଶିଛି ଓ ଶ୍ରୀଜୀଉମାନେ ଠା ଠା ଓଦା ହୋଇଛନ୍ତି। ୧୯୯୯ ମହାବାତ୍ୟା ବେଳେ ମଧ୍ୟ ଶ୍ରୀମନ୍ଦିରର କୌଣସି କ୍ଷତି ହୋଇନଥିଲା। ତେବେ ଫୋନି ସମୟରେ ଜଗମୋହନରେ ଫାଟ ସୃଷ୍ଟି ନେଇ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତ୍ୟେକ ବ​‌ର୍ଷ ରଥଯାତ୍ରା ବେଳେ ଜଗମୋହନ ଓ ଗର୍ଭଗୃହର ମରାମତି କାମ ଏଏସ୍ଆଇ କରିଥାଏ।  ତଥାପି ଜଗମୋହନରେ କିଭଳି ଫାଟ ସୃଷ୍ଟି ହେଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।



from News7 http://bit.ly/2DNjfYb
ଫୋନିରେ ଭିଜିଲେ ଶ୍ରୀଜିଉ ! ଫୋନିରେ ଭିଜିଲେ ଶ୍ରୀଜିଉ ! Reviewed by SUBHENDU BARAL on May 06, 2019 Rating: 5

No comments:

Powered by Blogger.