ଭୁବନେଶ୍ବର ୧|୫: ଭୟଙ୍କର ରୂପ ନେଉଛି ସାମୁଦ୍ରିକ ବାତ୍ୟା ‘ଫନି’ । ସିଭିୟର ଏକ୍ସ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇସାରିଛି ‘ଫନି’ । ଆସନ୍ତା ୩ ତାରିଖ ଅପରାହ୍ନରେ ‘ଫନି’ ଓଡିଶା ଉପକୂଳ ଛୁଇଁବ । ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀର ଦକ୍ଷିଣ ପାର୍ଶ୍ବକୁ ଛୁଇଁବ । ଉପକୂଳରେ ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୭୫ରୁ ୧୮୫ କିମି ରହିବ । ବେଳେବେଳେ ପବନର ବେଗ ୨୦୫ କିଲୋମିଟର ଛୁଇଁପାରେ । ଉପକୂଳ ଦେଇ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ତତ୍ପରତା ଦେଖାଦେଇଛି । ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ତଥା ସ୍କୁଲ ଏବଂ କଲେଜ ବନ୍ଦ ଘୋଷଣା କରାଯାଇଛି । ପରବର୍ତ୍ତୀ ଆଦେଶ ଯାଏଁ ଶିକ୍ଷାନୁଷ୍ଠାନ ଛୁଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଶିକ୍ଷାନୁଷ୍ଠାନ ମାନଙ୍କରେ ହେବାକୁ ଥିବା ପରୀକ୍ଷା ଗୁଡିକୁ ମଧ୍ୟ ଘୁଂଚାଇ ଦିଆଯାଇଛି । ତେବେ ପରୀକ୍ଷା ଥିଲେ ତାହା ପରବର୍ତ୍ତୀ ସମୟରେ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ଘୋଷଣା କରାଯାଇଛି ।
ଅନ୍ୟପଟେ, ସାମୁଦ୍ରିକ ବାତ୍ୟା ‘ଫନି’ର ପ୍ରଭାବ ପୁରୀରେ ଅଧିକ ଥିବା ସମ୍ଭାବନାକୁ ନେଇ ପର୍ଯ୍ୟଟକଙ୍କୁ ମେ ୨ ସୁଦ୍ଧା ପୁରୀ ଛାଡିବାକୁ ପରାମର୍ଶ ଦିଆଯାଇଛି ।
from News7 http://bit.ly/2ZMejwi
No comments: