ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ୧୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାକୁ ହ୍ୱାଟ୍ସଆପରେ ଆସିଲା ମେସେଜ୍, ପୁରୀଘାଟ ଥାନାରେ ଏତଲା । Kanak News

anubhav

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ହ୍ୱାଟ୍ସଆପ ମେସେଜରେ ଅନୁଭବ ମହାନ୍ତି କେହି ଅଜଣା ବ୍ୟକ୍ତି ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ବାଲିଘାଟ ଥାନାରେ ଏତଲା ଦେଇଛନ୍ତି ଅନୁଭବ ମହାନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ମେସେଜରେ କେହି ଦୁବୃର୍ତ୍ତ ତାଙ୍କୁ ୧୦ ଲକ୍ଷ ଟଙ୍କା ମାଗିଛି । ଆଉ ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ଦେଇଛି । ତେବେ ଅନୁଭବଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଗତକାଲି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ନିର୍ବାଚନର ଠିକ୍ ଗୋଟିଏ ଦିନ ପରେ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଏଭଳି ହତ୍ୟା ଧମକ ଏବେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି । କିଏ ଏଭଳି କାଣ୍ଡ ଭିଆଇଛି, ତାହା ଏବେ ସବୁଠାରୁ ବଡ ପ୍ରଶ୍ନବାଚୀ । ତେବେ ତଦନ୍ତ ପରେ ସତ ସାମ୍ନାକୁ ଆସିବ । ଅନୁଭବ ମହାନ୍ତିଙ୍କୁ କିଏ ହତ୍ୟା ଧମକ ଦେଇଛି, ତାର ପର୍ଦ୍ଦାଫାସ ମଧ୍ୟ ହେବ ।



from Kanak News http://bit.ly/2GJIewv http://bit.ly/2ISbB2U
ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ୧୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାକୁ ହ୍ୱାଟ୍ସଆପରେ ଆସିଲା ମେସେଜ୍, ପୁରୀଘାଟ ଥାନାରେ ଏତଲା । Kanak News ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ୧୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାକୁ ହ୍ୱାଟ୍ସଆପରେ ଆସିଲା ମେସେଜ୍, ପୁରୀଘାଟ ଥାନାରେ ଏତଲା । Kanak News Reviewed by SUBHENDU BARAL on April 30, 2019 Rating: 5

No comments:

Powered by Blogger.