ଭୁବନେଶ୍ୱର: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଆଜି ଅପରାହ୍ନରେ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କୁ ଭେଟିବାକୁ ଯିବେ। ଯଦି ବାତ୍ୟା ହିଟ୍ କରେ, ତା ହେଲେ ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ସେ ଅନୁରୋଧ କରିବେ ବୋଲି କହିଛନ୍ତି।
ଆସନ୍ତା ୧୯ ତାରିଖରେ ପାଟକୁରା ନିର୍ବାଚନ ହେବାର ଅଛି। ଆସନ୍ତା ୩ ତାରିଖରେ ଓଡ଼ିଶାରେ ଫୋନି ଲାଣ୍ଡଫଲ୍ କରିବାର ସମ୍ଭାବନା ଅଛି। ଚତୁର୍ଥ ପଯର୍ୟାୟରେ ଏପ୍ରିଲ ୨୯ ତାରିଖରେ ପାଟକୁରାରେ ବିଧାନସଭା ନିର୍ବାଚନ ହେବାର ଥିଲା କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ବିୟୋଗ ଯୋଗୁଁ ନିର୍ବାଚନ ମେ ୧୯ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ନିର୍ବାଚନ କମିଶନ। ତେବେ ଏହାପରେ ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରଛି। ସାବୀତ୍ରି ଦେବିଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର।
from OTV Khabar http://bit.ly/2ZK0NsS
ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ଭେଟିବେ ନବୀନ OTV KHABAR BUREAU
Reviewed by SUBHENDU BARAL
on
April 30, 2019
Rating:
No comments: