ବାତ୍ୟା ‘ଫୋନି’ ପାଇଁ ସଜାଗ । ସମସ୍ତ ପ୍ରକାର ଜରୁରୀକାଳୀନ ସହାୟତା ଯୋଗାଇଦେବାକୁ ହାଇ ଆର୍ଲଟରେ ଭାରତୀୟ ନୌସେନା । Kanak News

କନକ ବ୍ୟୁରୋ: ଦକ୍ଷିଣପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିତ ସାମୁଦ୍ରିକ ଝଡ ଫନୀ ଘନିଭୂତ ହୋଇ ଏକ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି ଏନେଇ ବିପର୍ଯ୍ୟର ମୁକାବିଲା କରିବାକୁ ତଥା ଆବଶ୍ୟକୀୟ ମାନବୀୟ ସହାୟତା ପ୍ରଦାନ କରିବା ପାଇଁ ପୂର୍ବ ନୌସେନା କମାଣ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି ।

ଚିକିତ୍ସା ସହାୟତା ସମେତ ଉଦ୍ଧାର କାର୍ଯ୍ୟ, ଲଜିଷ୍ଟିକ୍ସ, ମାନବୀୟ ସହାୟତା, ରିଲିଫ ଆଦି କାର‌୍ୟ୍ୟ ଲାଗି ସବୁଠାରୁ ଅଧିକ ପ୍ରଭାବିତ ଅଂଚଳକୁ ଯାତ୍ରା କରିବା ପାଇଁ ବିଶାଖାପାଟଣା ଏବଂ ଚେନ୍ନାଇଠାରେ ଦୁଇଟି ନୌସେନା ଜାହାଜ ପ୍ରସ୍ତୁତ ହୋଇ ରହିଛନ୍ତି । ଏହି ଜାହାଜମାନଙ୍କରେ ଅତିରିକ୍ତ ବୁଡାଳୀ, ଡାକ୍ତର, ଭାସମାନ ରବର ବୋଟ ଏବଂ ରିଲିଫ ସାମଗ୍ରୀ ମହଜୁଦ ରଖାଯାଇଛି । ରିଲିଫ ସାମଗ୍ରୀ ମଧ୍ୟରେ ଖାଦ୍ୟ ପଦାର୍ଥ, ତମ୍ବୁ, ଔଷଧ, କମ୍ବଳ ଇତ୍ୟାଦି ପ୍ରଚୁର ପରିମାଣରେ ରହିଛି ।

ସେହିପରି ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା ଓ ବାୟୁ ମାର୍ଗରୁ ରିଲିଫ ଖାଦ୍ୟ ପକେଇବା ଲାଗି ନୌସେନାର ବାୟୁଯାନ ତାମିଲନାଡୁର ଆରାକ୍କୋନମଠାରେ ନାଭାଲ ଏୟାର ଷ୍ଟେସନ ରାଜାଲି ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଆଇଏନଏସ ଦେଗାରେ ପ୍ରସ୍ତୁତ ହୋଇ ରହିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଝଡ ଉପରେ ଇଏନଏସ ତୀକ୍ଷ୍ନ ଭାବେ ନଜର ରଖିଛି ଏବଂ ତାମିଲନାଡୁ ଓ ପୁଡୁଚେରୀର ଫ୍ଲାଗ ଅଫିସର ଓ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ଭାରପ୍ରାପ୍ତ ନୌସେନା ପଦାଧିକାରୀମାନେ ଆବଶ୍ୟକୀୟ ଉଦ୍ଧାର ଓ ରିଲିଫ କାର‌୍ୟ୍ୟ ପାଇଁ ସଂପୃକ୍ତ ରାଜ୍ୟ ପ୍ରଶାସନ ସହିତ ନିୟମିତ ଭାବେ ଯୋଗାଯୋଗରେ ରହିଛନ୍ତି ।



from Kanak News http://bit.ly/2PHWppW http://bit.ly/2vznmCF
ବାତ୍ୟା ‘ଫୋନି’ ପାଇଁ ସଜାଗ । ସମସ୍ତ ପ୍ରକାର ଜରୁରୀକାଳୀନ ସହାୟତା ଯୋଗାଇଦେବାକୁ ହାଇ ଆର୍ଲଟରେ ଭାରତୀୟ ନୌସେନା । Kanak News ବାତ୍ୟା ‘ଫୋନି’ ପାଇଁ ସଜାଗ । ସମସ୍ତ ପ୍ରକାର ଜରୁରୀକାଳୀନ ସହାୟତା ଯୋଗାଇଦେବାକୁ ହାଇ ଆର୍ଲଟରେ ଭାରତୀୟ ନୌସେନା । Kanak News Reviewed by SUBHENDU BARAL on April 30, 2019 Rating: 5

No comments:

Powered by Blogger.