
ବୟସ ବଢ଼ିବା ସହ ଶରୀରରେ ମଧ୍ୟ ଅନେକ ପ୍ରକାରର ସମସ୍ୟା ବାହାରେ। ଅନେକ ଲୋକଙ୍କୁ ଶରୀରର ଭିନ୍ନ ଭିନ୍ନ ଅଂଶରେ ଦରଜ ହୁଏ। ସେହି ସବୁ ଜରଦକୁ ଲୋକେ ସାଧାରଣ ଭାବି ଅବହେଳା କରନ୍ତି। ସାଇନ୍ସ୍ ୟୁନିଭର୍ସିଟିର ଆସୋସିଏଟ୍ ପ୍ରଫେସର ଡାକ୍ତରଙ୍କ କହିବା ଅନୁସାରେ, ବେଳେବେଳେ ସାଧାରଣ ଦରଜ ମଧ୍ୟ ଅନେକ ସମୟରେ ବଡ଼ ରୋଗର ସଙ୍କେତ ହୋଇଥାଏ। ଯଦି ଠିକ୍ ସମୟରେ ଏହାକୁ ପରଖି ତା’ର ଉପଚାର କରାଯାଏ, ତା’ହେଲେ ବହୁ ପ୍ରକାରର ଗମ୍ଭୀର ରୋଗରୁ ବଞ୍ଚିଯାଇ ପାରିବେ। ଜାଣନ୍ତୁ ଏମିତି କିଛି ଦରଜ ବିଷୟରେ, ଯଦି ଆପଣଙ୍କର ବି ଏମିତି ହେଉଛି ତା’ହେଲେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।
କହୁଣିରେ ଦରଜ : ଦିନ ଦିନ ଧରି କହୁଣି ଦରଜ ହେବା ହୃଦ୍ରୋଗର ସଙ୍କେତ ହୋଇପାରେ। ଏମିତିରେ ମୁଣ୍ଡ ବୁଲେଇବା ଓ ଦାନ୍ତରେ ମଧ୍ୟ ଦରଜ ହୋଇପାରେ।
ଛାତି ଦରଜ : ବହୁ ସମୟରେ ରକ୍ତରେ ଅମ୍ଳଜାନର କମି କିମ୍ବା ଏସିଡିଟିର କାରଣ ଯୋଗୁଁ ଛାତି ଦରଜ ହୋଇଥାଏ। କିନ୍ତୁ ଏହି ଦରଜ ଅଧିକ ସମୟ ଧରି ରହିଲେ ହୃଦ୍ରୋଗର ସଙ୍କେତ ହୋଇପାରେ।
ମୁଣ୍ଡ ଦରଜ : ଲମ୍ବା ସମୟ ଧରି ମୁଣ୍ଡ ଦରଜ ହେବା ମାଇଗ୍ରେନ୍ ବ୍ରେନ୍ ଟ୍ୟୁମର ଓ ବ୍ରେନ୍ ହାମ୍ରେଜ୍ର ସଙ୍କେତ ହୋଇପାରେ। ଏହା ସହ ବାନ୍ତି ମଧ୍ୟ ହୋଇପାରେ।
ପେଟ ଦରଜ : ପେଟର ତଳଭାଗ ଡାହାଣ ପଟେ ଦରଜ ହେଲେ ଅପେଣ୍ଡିକ୍ସ୍। ଉପର ଡାହାଣ ପଟେ ହେଲେ ଗଲ୍ ବ୍ଲାଡର୍, ମଝିରେ ଦରଜ ହେଲେ ପାନ୍କ୍ରିୟାସ୍। ତଳଭାଗରେ ଓ ପଛପଟେ ଦରଜ ହେଲେ କିଡ୍ନି ଷ୍ଟୋନ୍ର ସଙ୍କେତ ହୋଇପାରେ।
ଅଣ୍ଟା ଦରଜ : ବହୁ ଦିନ ଧରି ଅଣ୍ଟା ଦରଜର ଶିକାର ହେବା ଟ୍ୟୁମର, କିଡ୍ନି ଷ୍ଟୋନ୍ କିମ୍ବା ସ୍ଲିପ ଡିସ୍କ୍ର ସଙ୍କେତ ହୋଇପାରେ।
from Kanak News https://ift.tt/2I5iVY5 https://ift.tt/2OCYqTS

No comments: