ମହାନଦୀ ଜଳବିବାଦ ମାମଲା ନେଇ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ! ପୁଣି ଆଲୋଚନା ପାଇଁ ଓଡିଶା-ଛତିଶଗଡକୁ ନିର୍ଦ୍ଦେଶ, ମେ ୧୧ରେ ପରବର୍ତ୍ତୀ ଶୁଣାଣି । Kanak News

କନକ ବ୍ୟୁରୋ : ମହାନଦୀ ଜଳବିବାଦ ମାମଲା ନେଇ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି । ଓଡିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଆଉ ଥରେ ଆଲୋଚନା ପାଇଁ ଉଭୟ ଓଡିଶା ଏବଂ ଛତିଶଗଡକୁ ନିର୍ଦ୍ଦେଶ ଦିଆଯାଇଛି । ଆପୋସ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଟ୍ରିବ୍ୟୁନାଲ ପରାମର୍ଶ ଦେଇଛନ୍ତି । ଏବଂ ମେ ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି ।

ଟ୍ରିବୁନାଲ ରାୟ ପ୍ରକାଶ କରିବା ପୂର୍ବରୁ ଦୁଇ ରାଜ୍ୟକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାର କରିବାକୁ ପରାମର୍ଶ ଦେଇଥିଲେ । ତଦନୁସାରେ ଓଡିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଫେବୃଆରୀ ୨୫ ଓ ମାର୍ଚ୍ଚ ୫ରେ ଅନୁଷ୍ଠିତ ହୋଇଥିଲା । ହେଲେ ଆଲୋଚନା ବିଫଳ ହେବ ପରେ ଟ୍ରିବ୍ୟୁନାଲ ଦୁଇ ରାଜ୍ୟର ଆଡଭୋକେଟ ଜେନେରାଲ ସ୍ତରରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ଚଳିତ ମାସ ୧୬ରେ ଏଜି ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ବିବାଦର କୌଣସି ସମାଧାନ ହୋଇପାରିନଥିଲା ।



from Kanak News https://ift.tt/2uxQzxu https://ift.tt/2FKSl4U

ମହାନଦୀ ଜଳବିବାଦ ମାମଲା ନେଇ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ! ପୁଣି ଆଲୋଚନା ପାଇଁ ଓଡିଶା-ଛତିଶଗଡକୁ ନିର୍ଦ୍ଦେଶ, ମେ ୧୧ରେ ପରବର୍ତ୍ତୀ ଶୁଣାଣି । Kanak News ମହାନଦୀ ଜଳବିବାଦ ମାମଲା ନେଇ ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ! ପୁଣି ଆଲୋଚନା ପାଇଁ ଓଡିଶା-ଛତିଶଗଡକୁ ନିର୍ଦ୍ଦେଶ, ମେ ୧୧ରେ ପରବର୍ତ୍ତୀ ଶୁଣାଣି । Kanak News Reviewed by SUBHENDU BARAL on March 30, 2019 Rating: 5

No comments:

Powered by Blogger.